ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଲୋକସଭାରେ ମଞ୍ଜୁର, ତଦନ୍ତ ପାଇଁ କମିଟି ଘୋଷଣା କଲେ ବାଚସ୍ପତି

ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ବିବାଦ ମଧ୍ୟକୁ ଆସିଛନ୍ତି ଜଷ୍ଟିସ ଯଶୱନ୍ତ ବର୍ମା। ତାଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ନଜରରେ ରଖି ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍‌ ର୍ବିଲା ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପି.ଭି. ଆଚାର୍ଯ୍ୟ ସଦସ୍ୟ ରହିଛନ୍ତି। କମିଟି ମାମଲାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବ ବୋଲି ବାଚସ୍ପତି କହିଛନ୍ତି। କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ଜଷ୍ଟିସ ବର୍ମାଙ୍କୁ ହଟାଯିବା ପ୍ରସ୍ତାବ ବିଚାରାଧୀନ ରହିବ।

Justice Verma

ସୂଚନାଯୋଗ୍ୟ, ଜଷ୍ଟିସ ବର୍ମାଙ୍କୁ ହଟାଇବା ଲାଗି ସଂସଦ ପକ୍ଷରୁ ଆଭ୍ୟନ୍ତରୀଣ ଗୃହ କମିଟି ଗଠନ ପ୍ରସ୍ତାବକୁ ବର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏ ସମ୍ପର୍କିତ ପିଟିସନର ଶୁଣାଣି କରି ତାହାକୁ ଖାରଜ କରିଦେଇଥିଲେ। ଏହା ସହିତ ଆଭ୍ୟନ୍ତରୀଣ ଗୃହ କମିଟି ଗଠନର ବୈଧତାକୁ ବଜାୟ ରଖିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସଂସଦ ପକ୍ଷରୁ ତଦନ୍ତ କମିଟି ଗଠନ ପାଇଁ ଘୋଷଣା କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+