ପଶ୍ଚିମବଙ୍ଗରେ ବାତ୍ୟାର ପ୍ରଭାବ, କାନ୍ଥ ଭୁଶୁଡ଼ି ଜଣେ ମୃତ
ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲେ ବାତ୍ୟା । ରବିବାର ରାତିରେ ରାଜ୍ୟ ଏବଂ ବାଂଲାଦେଶ ଉପକୂଳ ମଧ୍ୟରେ ବାତ୍ୟା 'ରେମାଲ' ଅବତରଣ କରିବା ପରେ କୋଲକାତାରେ କାନ୍ଥ ଭୁଶୁଡ଼ିବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୋମବାର ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ 'ରେମାଲ ସାଇକ୍ଲୋନିକ୍ ଝଡ଼' ଦୁର୍ବଳ ହୋଇଯାଇଛନ୍ତି ଏବଂ ଏହା ଆହୁରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବ୍ୟତୀତ ସୁନ୍ଦରବାନ୍ସର ଗୋସାବା ଅଞ୍ଚଳରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବରେ ସୋମବାର ସକାଳ ୯ଟା କୋଲକାତା ବିମାନବନ୍ଦରରେ ବିମାନ ସେବାକୁ ବାତିଲ୍ କରାଯାଇଥିଲା। ତାହା ଏବେ ପର୍ଯ୍ୟନ୍ତ ବି କାର୍ଯ୍ୟକାରୀ ହୋଇନାହିଁ।
ଅଧିକାରୀମାନେ ପଶ୍ଚିମବଙ୍ଗର ଦୁର୍ବଳ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ରବିବାର ଦିନ ରାତି ପ୍ରାୟ ୮.୩୦ ସମୟରେ ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଅବତରଣ କରିଥିଲା। ପବନର ବେଗ ୧୩୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।












Click it and Unblock the Notifications