ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୩ ପ୍ରତିଶତ ବୃଦ୍ଧି ନେଇ ଆଇ.ଏମ୍.ଏଫ୍.ର ଆକଳନ
ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି-ଆଇ.ଏମ୍.ଏଫ୍. ପକ୍ଷରୁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୨୦୨୫ ମସିହା ପାଇଁ ୭ ଦଶମିକ ୩ ପ୍ରତିଶତକୁ ବୃଦ୍ଧି ନେଇ ଆକଳନ କରିଛି। ୱାର୍ଲଡ ଇକୋନୋମିକ ଆଉଟ୍ଲୁକ୍'ର ସଦ୍ୟତମ ରିପୋର୍ଟରେ ଆଇ.ଏମ୍.ଏଫ୍. କହିଛି, ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଅର୍ଥନୈତିକ ଅଭିବୃଦ୍ଧି ଊର୍ଦ୍ଧ୍ୱଗାମୀ ହୋଇଛି।
ଇତିମଧ୍ୟମରେ ୨୦୨୬-୨୭ ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ୬ ଦଶମିକ ୪ ପ୍ରତିଶତ ହେବା ନେଇ ଆକଳନ କରିଛି। ଦେଶରେ ବଜାର ସୁବିଧା ଏବଂ ବିକଶିତ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ଭାରତ ଅର୍ଥନୀତି ଅଭିବୃଦ୍ଧିର ମୁଖ୍ୟ ସଂଚାଳକ ହୋଇପାରିଛି। ରିପୋର୍ଟରେ ଆହୁରି କୁହାଯାଇଛି, ୨୦୨୬ ମସିହାରେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ୩ ଦଶମିକ ୩ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।

ବାଣିଜ୍ୟ କାରବାର, ଅର୍ଥନୈତିକ ବ୍ୟବସ୍ଥା, କୃତ୍ରିମ ବୁଦ୍ଧିମତା ବିଶେଷ କରି ପ୍ରଯୁକ୍ତିବିଦ୍ୟା, ପୁଞ୍ଜିବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଇ.ଏମ୍.ଏଫ୍. ପକ୍ଷରୁ କୁହାଯାଇଛି, ଭାରତରେ ମୁଦ୍ରାସ୍ପୀତି ହାର ନିର୍ଦ୍ଧାରିତ ସ୍ତରକୁ ଫେରିବାର ଆକଳନ କରାଯାଇଛି। ଖାଦ୍ୟ ସାମଗ୍ରୀର ଦର ଏବଂ ଘରୋଇ ଚାହିଦାକୁ ଅତିରିକ୍ତ ସହାୟତା ପ୍ରଦାନ ସତ୍ତ୍ୱେ ଏହି ସ୍ତର ବଜାୟ ରହିବା ନେଇ ପୂର୍ବାନୁମାନ କରାଯାଇଛି।












Click it and Unblock the Notifications