ଖରାରୁ ମିଳିବ ଆଶ୍ବସ୍ତି: ରାଜ୍ୟର ଏହିସବୁ ସ୍ଥାନରେ ହେବ ବର୍ଷା!
ରାଜ୍ୟରେ କିଛିଦିନ ହେଲା ତାପମାତ୍ରା ଉପର ମୁହାଁ ଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟରେ ବର୍ଷାର ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଦ୍ୱାରା ଜାରି ବୁଲେଟିନ୍ ଅନୁଯାୟୀ, ମାର୍ଚ୍ଚ ୧୯ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ମାର୍ଚ୍ଚ ୧୯ ରୁ ୨୦ ତାରିଖ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।













Click it and Unblock the Notifications