ଏହି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା! ଆସନ୍ତାକାଲିଠୁ ୨୫ ଯାଏଁ ଅରେଞ୍ଚ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ
ଭାରତୀୟ ପାଣିପାଗ ବିଭାଗ ମଧ୍ୟ-ମହାରାଷ୍ଟ୍ରର କୋଙ୍କଣ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୨ ତାରିଖ ଦିନ କର୍ଣ୍ଣାଟକ ତଟବର୍ତ୍ତୀ ଅଞ୍ଚଳରୁ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭବନା ରହିଛି ।

ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଦିଗ ଆଡ଼କୁ ଅଗ୍ରସର ହେବାନେଇ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତର କୋଙ୍କଣ ଓ ଗୋଆ ସମୁଦ୍ର ଅଶାନ୍ତ ରହିବା ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ନେଇ ବାରଣ କରାଯାଇଛି । ଏହିସମୟ ମଧ୍ୟରେ ପବନ ଘଣ୍ଟାପ୍ରତି ୩୫ରୁ ୫୫ କିଲୋମିଟର ବହିବାର ସମ୍ଭାବନା ରହିଛି ।












Click it and Unblock the Notifications