ଶକ୍ତିଶାଳୀ ହେଉଛି ବାତ୍ୟା 'ଶକ୍ତି', ମହାରାଷ୍ଟ୍ରରେ ହାଇଆଲର୍ଟ

ଶକ୍ତିଶାଳୀ ହେଉଛି ଆରବ ସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ଶକ୍ତି। ଏହାର ବିପଦକୁ ଦୃଷ୍ଟିରେ ରଖି ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ (IMD)। ଘୂର୍ଣ୍ଣିଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାଗୁଡ଼ିକ ଆଲର୍ଟ କରାଯାଇଛି। ବିଦର୍ଭ, ମରହଟ୍ଟାୱାଡା ଏବଂ କୋଙ୍କଣ ଅଞ୍ଚଳରେ କ୍ଷୟକ୍ଷତି ଘଟାଇପାରେ ବୋଲି ଆଶଙ୍କା କରାଯାଇଛି।

ମୁମ୍ବାଇ, ଥାଣେ, ପାଲଘର, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଏବଂ ବିପର୍ଯ୍ୟୟ ପ୍ରୋଟୋକଲ ପାଳନ କରିବାକୁ ନିବେଦନ କରିଛି।

IMD issues cyclone Shakti warning for Maharashtra

ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର କିଛି ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି। ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସିନ୍ଧୁଦୁର୍ଗ ଭଳି ଉପକୂଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଆଇଏମଡି ଅନୁଯାୟୀ, ପବନର ବେଗ ଆହୁରି ବଢ଼ିପାରେ। ଏହା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ପୂର୍ବ ବିଦର୍ଭ ଏବଂ ମରଠୱାଡା ଅଞ୍ଚଳ ସମେତ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି।
ଆଇଏମଡି କହିଛି ଯେ, ପ୍ରବଳ ବର୍ଷା ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ହୋଇପାରେ। ବିଶେଷକରି କୋଙ୍କଣ ଉପକୂଳରେ ଝଡ଼ ଏବଂ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ସରକାର ମଧ୍ୟ ଘୂର୍ଣ୍ଣିଝଡ଼ ଶକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+