କୋଲକାତା ହରର୍‌: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା IMA

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସସ୍‌ପେଣ୍ଡ କରିଛି । ଆଇଏମଏ ଦ୍ୱାରା ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେ ଯେତେବେଳେ ସିବିଆଇ ଆରଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିକତା ମାମଲାରେ ସନ୍ଦୀପ ଘୋଷଙ୍କ ନାଁ ରୁଜୁ କରିଛି । କୋଲକାତା ବଳାତ୍କାର ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ସନ୍ଦୀପଙ୍କ ସଦସ୍ୟତା ସ୍ଥଗିତ ରଖିଛି।

ଆଇଏମଏ ସଭାପତିଙ୍କ ତରଫରୁ ସନ୍ଦୀପଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖାଯାଇଛି। ଡକ୍ଟର ଘୋଷ୍‌ ଆଇଏମ୍‌ଏ କୋଲକାତା ଶାଖାର ଉପାଧ୍ୟକ୍ଷ ଥିଲେ। ସନ୍ଦୀପ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ବଳାତ୍କାର ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ କିଛି ପ୍ରମାଣ ପାଇଛି। ବର୍ତ୍ତମାନ ତାଙ୍କ ବିରୋଧରେ ଇଡି ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ସମୟରେ ଭାରତୀୟ ମେଡିକାଲ ଆସୋସିଏଶନ ମୁଖ୍ୟାଳୟର ଅନୁଶାସନ କମିଟି ମଧ୍ୟ ସର୍ବସମ୍ମତି କ୍ରମେ ସନ୍ଦୀପଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

former RG Kar principal Sandip Ghosh

ବୁଧବାର ଆଇଏମଏ ଗୋଟିଏ ବିବୃତିରେ କହିଛି ଯେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ପରିବାର ଲୋକ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସନ୍ଦୀପ ଘୋଷ ଠିକ ଭାବେ ମାମଲାକୁ ପରିଚାଳନା କରି ନଥିଲେ। ଠିକ ସମୟରେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ସେ ନଜର ଅନ୍ଦାଜ କରିଥିଲେ। ଘଟଣା ପ୍ରତି ତାଙ୍କର ଆଦୌ ସମ୍ବେଦନ ନଥିଲା। ସେହିପରି ବେଙ୍ଗଲର ଡାକ୍ତରମାନେ ସନ୍ଦୀପ ଘୋଷଙ୍କ ବିରୋଧରେ କ୍ଷମତା ଅପବ୍ୟବହାରର ଅଭିଯୋଗ ମଧ୍ୟ ଆଣିଛନ୍ତି । ତେଣୁ ଶୃଙ୍ଖଳାଗତ କମିଟି ତାଙ୍କୁ ଜାତୀୟ ମେଡିକାଲ ସଂସ୍ଥାରୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରାଯାଉଥିବା ଆଇଏଏମ କହିଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷଙ୍କୁ ସିବିଆଇ ପଚରାଉଚରା କରୁଛି। ଏପରିକି ତାଙ୍କର ପଲିଗ୍ରାଫ୍ ଟେଷ୍ଟ ମଧ୍ଯ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+