ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ନେଇ ମୁହଁ ଖୋଲିଲେ ଜୟଦେବନ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସନ୍ଧାନ ଅନୁସାରେ ଭାରତ ରେ ୪.୭ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ଏହି ରିପୋର୍ଟକୁ ବିରୋଧ କରିଛି ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରନଳୟ।

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସନ୍ଧାନ ଅନୁସାରେ ଭାରତ ରେ ୪.୭ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ଏହି ରିପୋର୍ଟକୁ ବିରୋଧ କରିଛି ସ୍ୱାସ୍ଥ୍ୟ ମନ୍ତ୍ରନଳୟ। ଜାତୀୟ କୋଭିଡ ଟାସ୍କ ଫୋର୍ସର ସହ-ଚେୟାରମ୍ୟାନ୍ ଡ଼. ରାଜୀବ ଜୟଦେବନ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି ।

Rajeev Jayadevan

ଏକ ଗଣମାଧ୍ୟ ସ୍ଵତନ୍ତ୍ର ଆଲୋଚନାରେ ଡ. ରାଜୀବ କହିଛନ୍ତି, ଯେଉଁ ମଡେଲ୍ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ତାହା ଠିକ୍ ନୁହେଁ। ପ୍ରତ୍ୟେକ ରାଜ୍ୟ ତଥା ଅଞ୍ଚଳର ସରକାରୀ ଉତ୍ସରୁ ସଠିକ୍ ନିୟମିତ ତଥ୍ୟ ସଂଗ୍ରହ କରି ଏହାର ସଂଶୋଧନ କରିବା ଆବଶ୍ୟକ ।

ଏହି ରିପୋର୍ଟ ପରେ ପ୍ରାମାଣିକ ତଥ୍ୟର ଉପଲବ୍ଧତାକୁ ଦୃଷ୍ଟିରେ ରଖି କରୋନାଭାଇରସ୍ ମହାମାରୀ ସହିତ ଜଡିତ ଅଧିକ ମୃତ୍ୟୁହାର ଆକଳନ ପାଇଁ WHO ଦ୍ୱାରା ଗାଣିତିକ ମଡେଲ ବ୍ୟବହାରକୁ ଭାରତ ଦୃଢ଼ ବିରୋଧ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବ୍ୟବହୃତ ମଡେଲଗୁଡିକର ତଥ୍ୟ ସଂଗ୍ରହର ପଦ୍ଧତି ସନ୍ଦେହଜନକ । ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ମାଧ୍ୟମରେ ପ୍ରକାଶିତ ପ୍ରାମାଣିକ ତଥ୍ୟର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଭାରତ ଡବ୍ଲୁ ଏଚ୍ ଓକୁ ସୂଚନା ଦେଇଛି ଯେ ଭାରତ ପାଇଁ ଅଧିକ ମୃତ୍ୟୁ ସଂଖ୍ୟା ଆକଳନ କରିବା ପାଇଁ ଗାଣିତିକ ମଡେଲ ବ୍ୟବହାର କରାଯିବା ଉଚିତ ନୁହେଁ। ଡ଼. ଜୟଦେବନ୍ କହିଛନ୍ତି ଯେ ମହାମାରୀ ଆମ ଦେଶ ଭିତରେ ମଧ୍ୟରେ ସୀମିତ ନ ସମଗ୍ର ବିଶ୍ୱରେ ବ୍ୟାପିଛି । କିନ୍ତୁ ମୃତ୍ୟୁ ତଥ୍ୟ ନେଇ ଆମକୁ ପ୍ରତ୍ୟେକ ଦେଶରୁ ବ୍ୟବସ୍ଥିତ ତଥ୍ୟ ନେବାକୁ ହେବ ।

ଛୋଟ ଦେଶମାନଙ୍କ ମଧ୍ୟରେ କୋଭିଡ ମୃତ୍ୟୁକୁ ଗଣନା କରିବା ସହଜ । ଆମେ ଆମେରିକା ପରି ଧନୀ ଦେଶମାନଙ୍କ ପାଇଁ ମୃତ୍ୟୁ ତଥ୍ୟ ସଂଗ୍ରହ କରୁଛୁ, ଏହାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଏବଂ ବିଭିନ୍ନ ଅଞ୍ଚଳ ମଧ୍ୟରେ ଡାଟାବେସ୍ ଅନ୍ୟ କେତେକ ବୃହତ ଦେଶ ତୁଳନାରେ ଅଧିକ ବୋଲି କହିଛନ୍ତି ଜୟଦେବନ।

ଭାରତ ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଭିନ୍ନ ଅଞ୍ଚଳ ମଧ୍ୟରେ ଜନସଂଖ୍ୟା ଘନତା, ଭୌଗୋଳିକ, ଆନ୍ତରାଜ୍ୟ କିମ୍ବା ଆନ୍ତର୍ଜାତୀୟ ଭ୍ରମଣ, ଟୀକାକରଣ,କୋରୋନା ସୁପର ସ୍ପ୍ରଡରର କାରଣ ହେଇଥାଏ। ଆର୍ଦ୍ରତା ଏବଂ ଅଞ୍ଚଳର ତାପମାତ୍ରା ଭଳି ଅନ୍ୟାନ୍ୟ କାରଣ ମଧ୍ୟ ରୋଗର ବ୍ୟାପିବା ଉପରେ ପ୍ରଭାବ ପକାଇଥାଏ ବୋଲି ଡ. ଜୟଦେବନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+