ବାଂଲାଦେଶରୁ ଭାରତ ଆସିବ ଇଲିଶି, ପ୍ରତିବନ୍ଧକ ହଟାଇଲେ ସରକାର
ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି। ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ ୩ ହଜାର ଟନ୍ ଇଲିଶି ମାଛ ରପ୍ତାନୀ ପାଇଁ ବାଂଲା ମଞ୍ଜୁରୀ ଦେଇଛି।

ମହମ୍ମଦ ୟୁନୁସ ସରକାର ଚଳିତ ବର୍ଷ ଘରୋଇ ବଜାରରେ କାରବାର ବଢେଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୂର୍ଗାପୂଜା ବ୍ୟତୀତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବ ରାଜ୍ୟରେ ଏହି ମାଛର ବହୁତ ଚାହିଦା ରହିଛି। ବାଂଲାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୂର୍ଜାପୂଜା ଅବସରରେ ୩ହଜାର ମେଟ୍ରିକ ଟନ୍ ଇଲିଶି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ୍ ଇଲିଶି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା।












Click it and Unblock the Notifications