Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭରେ IITian ବାବା, ସୋସିଆଲ ମିଡିଆରେ ଅଛନ୍ତି ଚର୍ଚ୍ଚାରେ

IITian Baba at Mahakumbh: 'ମହାକୁମ୍ଭ ମେଳା'କୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଉତ୍ସାହର ମାହୋଲ ରହିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବିଶ୍ୱର ସବୁଠାରୁ ବଡ଼ ଉତ୍ସବ ମହାକୁମ୍ଭ ଆରମ୍ଭ ହୋଇସାରିଛି । ଦେଶ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଏବଂ ସନ୍ଥ ଅମୃତ ସ୍ନାନ କରିବା ପାଇଁ ଆସୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱର ସାଧୁ ସନ୍ଥଙ୍କୁ ଦେଖିବା ପାଇଁ ମିଳୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ସହ ଦେଖିବା ପାଇଁ ମିଳୁଛି ଯେ ସାଧାରଣ ଲୋକ ମାନେ ଏହି ସାଧୁଙ୍କ ବିଷୟରେ ଜାଣିବାର ରୁଚି ରଖୁଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି IITian ବାବା ଅଭୟ ସିଂହ, ଯିଏ "ଇଞ୍ଜିନିୟର ବାବା" ଭାବରେ ମଧ୍ୟରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଇଞ୍ଜିନିୟର ବାବା ଅଭୟ ସିଂହ ଦାବି କରନ୍ତି ଯେ ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ପାଠପଢ଼ା ପରେ, ସେ ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜରେ ଏକ ବଡ଼ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ ।

IITian Baba

ହେଲେ ପରବର୍ତ୍ତୀ ସମୟରେ ସେ ସାଂସାରିକ ମୋହ ତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗରେ ଜୀବନରେ ଆଗକୁ ବଢିଥିଲେ । ତେବେ ତାଙ୍କର ଏହି ପରିବର୍ତ୍ତନ ପ୍ରେମରେ ବିଶ୍ୱାସଘାତକତା ଯୋଗୁଁ ହୋଇଥିଲା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସେହିପରି କିଛି ଲୋକ ବିଶ୍ୱାସ କରନ୍ତି ଯେ ବେକାରୀ ଏବଂ ମାନସିକ ଅବସାଦ ଯୋଗୁଁ ସେ ଆଧ୍ୟାତ୍ମିକତାର ପଥ ଗ୍ରହଣ କରିଥିଲେ। ସେହିପରି ଅଭୟ ସିଂହ ନିଜେ କହିଥିଲେ ଯେ ସେ ଜୀବନର ଅର୍ଥ ପାଇଁ ଏହି ପଥ ବାଛିଛନ୍ତି ।

ହରିୟାଣାର ଝଜ୍ଜରର ବାସିନ୍ଦା ଅଭୟ ସିଂହ ଇଞ୍ଜିନିୟରିଂ ସମୟରେ ମାନବିକତା ଏବଂ ଦର୍ଶନ ବିଷୟ ଅଧ୍ୟୟନ କରିଥିଲେ। ସେ ସକ୍ରେଟିସ୍ ଏବଂ ପ୍ଲାଟୋଙ୍କ ଭଳି ଦାର୍ଶନିକଙ୍କ ପୁସ୍ତକ ଏବଂ ଲେଖାରୁ ଜୀବନର ଅର୍ଥ ବୁଝିବାକୁ ଚେଷ୍ଟା କରିଥିଲେ। ସେ ପଦାର୍ଥ ବିଜ୍ଞାନ ପଢ଼ାଉଥିଲେ, ଡିଜାଇନିଂ ଶିଖିଥିଲେ ଏବଂ ଫଟୋଗ୍ରାଫିରେ କାମ କରିଥିଲେ। ଫଟୋଗ୍ରାଫି ଏବଂ ଅନ୍ୟାନ୍ୟ କାମ ସତ୍ତ୍ୱେ, ଜୀବନର ଉଦ୍ଦେଶ୍ୟ ନ ପାଇବା ଯୋଗୁଁ ସେ ଡିପ୍ରେସନକୁ ଚାଲିଯାଇଥିଲେ । କିଛି ସମୟ ପାଇଁ ସେ ତାଙ୍କ ଭଉଣୀଙ୍କ ପାଖକୁ କାନାଡା ମଧ୍ୟ ଚାଲିଯାଇଥିଲେ । ହେଲେ ତାଙ୍କୁ ସନ୍ତୋଷ ମିଳିନଥିଲା ।

ଏହାପରେ କରୋନା କାଳ ପରେ ଭାରତ ଫେରିବା ପରେ ସେ ବିଭିନ୍ନ ଧାର୍ମିକ ସ୍ଥଳ ପରିଦର୍ଶନ କରିଥିଲେ। ପଦ ଯାତ୍ରା କରି ସେ ଚାରି ଧାମ ଯାତ୍ରା କରିଥିଲେ । ପରେ ସେ ହିମାଳୟ ପଳାଇଯାଇ ନିଜକୁ ବୁଝିବା ପାଇଁ ଚେଷ୍ଟା କରିଥିଲେ । ସେ କହିଛନ୍ତି, ମୁଁ ବିଜ୍ଞାନ ମାଧ୍ୟମରେ ଆଧ୍ୟାତ୍ମିକତାକୁ ବୁଝିପାରୁଛି। ସବୁକିଛି ଶିବ। ସତ୍ୟ ହିଁ ଶିବ ଏବଂ ଶିବ ସୁନ୍ଦର।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+