ଏଣିକି ହେବ କୁତ୍ରିମ ବର୍ଷା, ବାଦଲରେ ରାସାୟନିକ ପାଉଡର ସ୍ପ୍ରେ କରିବା ପରେ ହେଲା ବର୍ଷା
ନୂଆଦିଲ୍ଲୀ: ଏଣିକି ହେବ କୁତ୍ରିମ ବର୍ଷା । ଦେଶରେ କୃତ୍ରିମ ବର୍ଷା ନେଇ ପରୀକ୍ଷଣ ସଫଳ। ଆଇଆଇଟି କାନପୁରର ପକ୍ଷରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଛି ।

ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳରେ କ୍ଲାଉଡ୍ ସିଡିଂ କରିବା ସହ କୁତ୍ରିମ ବର୍ଷାର ପରୀକ୍ଷଣ କରାଯାଇଛି । ସୂଚନା ଅନୁସାରେ ଏକ ବିମାନ ଯୋଗେ ୫ ହଜାର ଫୁଟ ଉଚ୍ଚରୁ ଆକାଶରେ ଭାସୁଥିବା ମେଘ ଖଣ୍ଡ ଉପରକୁ ଏକ ପ୍ରକାର ରାସାୟନିକ ପାଉଡର ସ୍ପ୍ରେ କରାଯାଇଥିଲା । ଆଉ ତାପରେ ବର୍ଷା ହୋଇଥିଲା । ଆଉ ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି ।
ମରୁଡ଼ି ଓ ବର୍ଷା ଅଭାବ ବେଳେ ଯଦି ଭବିଷ୍ୟତରେ କ୍ଲାଉଡ ସିଡିଂର ଆବଶ୍ୟକତା ପଡ଼େ ତେବେ ଏହାର ସହାୟତା ନିଆଯାଇ ପାରିବ । ଏଥିଲାଗି ଆମେରିକାରୁ ସ୍ୱତନ୍ତ୍ର ଯନ୍ତ୍ରାଂଶ ମଧ୍ୟ ଆସିସାରିଛି । ଡିଜିସିଏ ପକ୍ଷରୁ କ୍ଲିଅରାନ୍ସ ମଧ୍ୟ ମିଳିସାରିଛି । ଆଗକୁ ଆଉ କିଛି ସପ୍ତାହ ମଧ୍ୟରେ ଏହାର ପୁନର୍ବାର ପରୀକ୍ଷଣ କରାଯିବ ବୋଲି ଆଇଆଇଟି କାନପୁରର ପ୍ରଫେସର ସୂଚନା ଦେଇଛନ୍ତି ।












Click it and Unblock the Notifications