ବାହାରିଲା JEE ଆଡଭାନ୍ସଡ ରେଜଲ୍ଟ
ନୂଆଦିଲ୍ଲୀ:ପ୍ରକାଶ ପାଇଲା JEE ଆଡଭାସ୍ସଡ ରେଜଲ୍ଟ । ୧,୮୦,୩୭୨ ଜଣ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା ଯାହା ମଧ୍ୟରୁ ୪୩,୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି ଯାହା ମଧ୍ୟରୁ ୭୫୦୯ ଜଣ ରହିଛନ୍ତି ଛାତ୍ରୀ । IIT ହାଇଦ୍ରାବାଦ ଜୋନର ଭି.ସି ରେଡ୍ଡୀ ଟପ୍ପର । ସେହିପରି IIT ହାଇଦ୍ରାବାଦ ଜୋନର ଏନ୍.ଏନ୍ ଭାବ୍ୟାଶ୍ରୀ ମହିଳା ଟପ୍ପର ହୋଇଛନ୍ତି ।

JEE ଆଡଭାନ୍ସଡ 2023 ପରୀକ୍ଷା ଜୁନ୍ 4, 2023ରେ ଅନୁଷ୍ଠିତ ହୋଇଥିଲା । ଦୁଇଟି ପର୍ଯ୍ୟାୟର ପରୀକ୍ଷା ହୋଇଥିଲା ପ୍ରଥମଟି ସକାଳ 9 ଟାରୁ 12 ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ଅପରାହ୍ନ 2.30ରୁ ଆରମ୍ଭ ହୋଇ 5.30ରେ ଶେଷ ହୋଇଥିଲା ।
JEE ଆଡଭାନ୍ସଡ 2023 ଫଳାଫଳ କିପରି ଯାଞ୍ଚ କରିବେ
ପ୍ରଥମେ R JEE Advanced jeeadv.ac.in ର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ
ହୋମପେଜରେ ଦେଖାଯାଉଥିବା JEE ଆଡଭାନ୍ସଡ ସ୍କୋରକାର୍ଡ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ବର୍ତ୍ତମାନ ମାଗୁଥିବା ସୂଚନା ପୂରଣ କରି ଲଗ୍ଇନ୍ କରନ୍ତୁ ।
ଶେଷରେ ଆପଣଙ୍କର JEE ଆଡଭାନ୍ସଡ ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରନ୍ତୁ ।












Click it and Unblock the Notifications