ଆଇଆଇଟି ଦିଲ୍ଲୀ ହଷ୍ଟେଲରେ ଏମଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରେ ଝୁୁଲୁଥିବା ଅବସ୍ତାରେ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ର ଜଣକ ହେଲେ ସଞ୍ଜୟ ନରକର (୨୪) । ତାଙ୍କ ଘର ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ।
ସଞ୍ଜୟ ଦ୍ରୌଣଚାର୍ଯ୍ୟ ହଷ୍ଟେଲର ୭୫୭ ରୁମ୍ରେ ରହୁଥିଲେ । ପୋଲିସ ସୂଚନାନୁସାରେ , ସଞ୍ଜୟଙ୍କ ପରିବାର ଲୋକେ ସଞ୍ଜୟଙ୍କୁ ବାରମ୍ବାର ଫୋନ କରିଥିଲେ । ହେଲେ ସେ କୌଣସି ଉତ୍ତର ଦେଇ ନ ଥିଲେ । ଏଭଳି ପରିସ୍ଥିତିରେ ପରିବାର ହଷ୍ଟେଲରେ ରହୁଥିବା ତାଙ୍କ ସାଙ୍ଗମାନଙ୍କୁ ସଞ୍ଜୟ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ ।

ସାଙ୍ଗମାନେ ଯେତେବେଳେ ସଞ୍ଜୟଙ୍କ ରୁମ୍କୁ ଗଲେ ତ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । କେଉଁ ପରିସ୍ଥିତିରେ ସଞ୍ଜୟ ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications