IIT ବାବା ହୋଟେଲ ରୁମରେ ରଖିଥିଲେ ଗଞ୍ଜେଇ, ଉଠାଇନେଲା ପୋଲିସ
ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚାକୁ ଆସିଥିଲେ ଆଇଆଇଟି ବାବା ଅଭୟ ସିଂ । ଯେବେଠାରୁ ଆଇଆଇଟି ବାବା ଚର୍ଚ୍ଚାକୁ ଆସିଲେଣି ସେବେଠୁ ତାଙ୍କୁ ନେଇ କିଛି ନା କିଛି ନୂଆ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ଆଇଆଇଟି ବାବା ଗଞ୍ଜେଇକୁ ନେଇ ହଟହଟା ହୋଇଛନ୍ତି ।
ଏବେ ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ ନିକଟରେ ଗଂଜେଇ ମଧ୍ୟ ମିଳିଛି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୟପୁର ପୋଲିସ ଏବେ ତାଙ୍କୁ ପଚରାଉଚରା କରୁଛି ।
ଆଇଆଇଟି ବାବା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି । ସେ ଭିଡିଓରେ କହିଛନ୍ତି, ପୋଲିସ ହୋଟେଲକୁ ଆସିଯାଇଛି । ମୁଁ ଜିନିଷ ପ୍ୟାକ୍ କରିସାରିଛି । ପୋଲିସ ଏଫଆଇଆର ଦାୟର କରିଛି । ମୋତେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର କିଛି ଓକିଲ ଦରକାର, ଯେଉଁମାନେ କେସ୍ ଲଢିପାରିବେ ।

ସେ ଆହୁରି କହିଛନ୍ତି, ଆପଣମାନେ ସବୁକିଛି ଭୁଲିଗଲେ, ଭୋଳାନାଥଙ୍କ ପ୍ରସାଦ ସବୁ ଶେଷ । ଏଠାରେ କେହି ସାହାଯ୍ୟ କରୁନାହାନ୍ତି । ଲୋକ କେବଳ ମେସେଜ କରୁଛନ୍ତି । ମୁଁ ରାତିସାରା ଶୋଇନି । ମୋତେ ଲାଇଭ କରିବାକୁ ସୁଯୋଗ ଦେଉନାହାନ୍ତି, ତାଙକୁ ଦେଉଛନ୍ତି । ସମ୍ଭାଳ ସନାତନକୁ । ମୁଁ ଅନ୍ୟ ଦେଶ ଯାଇ ସନାତନ ହୋଇପାରିବି ।
ଗତ କିଛି ଦିନ ହେଲାଣି ମିଡିଆ ମୋ ସହିତ ଏମିତି କରିଛି । ମୋ ସହିତ କେହି ବି ନାହିଁ । ସବୁ ମୋ ସାଙ୍ଗରେ ଅଛନ୍ତି ବୋଲି କହୁଛନ୍ତି, ସବୁ ନାଟକ । ମହାଦେବଙ୍କ ପ୍ରସାଦ, ସମସ୍ତେ ଖାଆନ୍ତି । ହେଲେ ତାକୁ ନେଇ ପୋଲିସ କେସ୍ କରନ୍ତୁ । ପୋଲିସ ଏହାକୁ ବେଆଇନ ବୋଲି କହୁଛି । ସାଧୁମାନେ ପିଉଥିଲେ, ସମସ୍ତଙ୍କ ପାଖରେ ପ୍ରମାଣ ଅଛି । ସମସ୍ତଙ୍କୁ ଧରନ୍ତୁ ।












Click it and Unblock the Notifications