ବଜେଟ ଉପରେ ଅଖିଳେଶଙ୍କ ବୟାନ, କହିଲେ ୟୁପିକୁ କିଛି....
ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଆଜି ସଂସଦରେ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ହେବା ପରେ ବିରୋଧୀ ନେତା ଏବେ ଶାସକକୁ ଘେରିବାରେ ଲାଗିଛନ୍ତି । ବଜେଟକୁ ନେଇ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରତିକ୍ରୟା ରଖିଛନ୍ତି । ସେ କହିଛନ୍ତି ଏହି ବଜେଟରେ ଉତ୍ତର ପ୍ରଦେଶ ପାଇଁ କିଛି ନାହିଁ ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି । ଯେଉଁ ରାଜ୍ୟ ଦେଶକୁ ପ୍ରଧାନମନ୍ତ୍ରୀ ଦେଇଛି ସେଠାକାର କୃଷକଙ୍କୁ କଣ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସପା ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ, ରାଜ୍ୟରେ ନିବେଶର ଅବସ୍ଥା ଖରାପ ହୋଇଥିବା ବେଳେ ସରକାର ବଡ଼ ବଡ଼ କଥା କହୁଛନ୍ତି । ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ସରକାର ବଞ୍ଚାଇବା ଲାଗି ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ବିଶେଷ ଯୋଜନା ଦିଆଯାଇଛି ବୋଲି ଅର୍ଦ୍ଦେଶ ଯାଦବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ ହେବ ବୋଲି ଗତ ଥର ସରକାର କହିଥିଲେ ।

ଯଦି ମଣ୍ଡି ବ୍ୟବସ୍ଥା ସୁଦୃଢ଼ ହୋଇଥୁବ ତେବେ କୃଷକଙ୍କ ଆୟ ଦ୍ୱିଗୁଣ ହୋଇଯିବା କଥା । ଦଶ ବର୍ଷରେ ବେରୋଜଗାର ଯେଉଁଭଳି ଭାବରେ ବଢିଛି ଏହା ଉପରେ ନିୟନ୍ତ୍ରଣ କିଭଳି ଆସିବ ? ଅଧା ଅଧୁରା ଚାକିରିରୁ କଣ ମିଳିବ । ଦେଶର ଯୁବପୀଢ଼ି ସ୍ଥାୟୀ ଚାକିରି ଚାହୁଁଛି ବୋଲି ସେ କହିଛନ୍ତି ।
ଅନ୍ୟପଟେ ଆଜି ବଜେଟ ଉପରେ ସଂସଦର ସର୍ବବୃହତ ବିରୋଧୀ ଦଳ କଂଗ୍ରେସ ଦାବି କରିଛି ଯେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ହେଉଛି କଂଗ୍ରେସର ନିର୍ବାଚନୀ ଇସ୍ତାହାରର ନକଲ । ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ୨୦୨୪ ବଜେଟ୍ ସମ୍ବନ୍ଧରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏକ୍ସ ପ୍ଲାଟଫର୍ମରେ ଏକ ଟୁଇଟ୍ ଲେଖି ସେ କହିଛନ୍ତି ଯେ ଲୋକସଭା ନିର୍ବାଚନର ଫଳାଫଳ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ମନିଫେଷ୍ଟୋ ପଢ଼ିଥିବାରୁ ମୁଁ କୃତଜ୍ଞ । ମୁଁ ବହୁତ ଖୁସି ଯେ ସେ ଏମ୍ପ୍ଲୟମେଣ୍ଟ୍ ଲିଙ୍କ୍ ଇନସେଣ୍ଟିଭ୍ (ଇଏଲଆଇ) ଗ୍ରହଣ ବିଷୟରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ମନିଫେଷ୍ଟୋ ର ପୃଷ୍ଠା ୩୦ ରେ ଏହା ଲେଖାଯାଇଛି ବୋଲି ଚିଦାମ୍ବରମ କହିଛନ୍ତି ।












Click it and Unblock the Notifications