ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର, କାରଣ ଅସ୍ପଷ୍ଟ
ନୂଆଦିଲ୍ଲୀ: କୋଠାରୁ ଡେଇଁ ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର । ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ । ଦିଲ୍ଲୀ ଚାଣକ୍ୟପୁରୀ ଅଞ୍ଚଳରେ ରହୁଥିବା ଜଣେ ଆଇଏଫଏସ୍ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଆଜି ସକାଳ ୬ଟା ସମୟରେ ଆଇଏଫଏସ ଜିତେନ୍ଦ୍ର ରାୱତ ଚାଣକ୍ୟପୁରୀର MEA ର ରେସିଡେଣ୍ଟିଆଲ ସୋସାଇଟିର ବିଲିଡିଂରୁ ଡେଇଁଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ତେବେ ଗତ କିଛି ଦିନ ହେଲା ସେ ଡିପ୍ରେସନରେ ଥିଲେ । ଏଥିପାଇଁ ଚିକିତ୍ସିତ ହେଉଥିଲେ । ଜିତେନ୍ଦ୍ର ତାଙ୍କ ମାଆଙ୍କ ସହ ରହୁଥିଲେ । ସେ ଜୀବନ ହାରିବା ବେଳେ ଘରେ ତାଙ୍କ ମାଆ ଥିଲେ । ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଡେରାଡୁନରେ ରହୁଥିଲେ । ତେବେ କାହିଁକି ଜୀବନ ହାରିଲେ ତା'ର ନିର୍ଦ୍ଦିଷ୍ଟ କାରଣ ଏଯାଏଁ ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଯାଞ୍ଚ କରିବା ପରେ ଅସଲ ସତ୍ୟ ପଦାକୁ ଆସିବ ।
ତେବେ ଅଧିକାରୀଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏଥିରୁ କୌଣସି ଷଡଯନ୍ତ୍ର ବୋଲି ଜଣାପଡୁନାହିଁ । ଏହାକୁ ନେଇ ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି କି, ବିଦେଶ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ନିଧନ ଆଜି ସକାଳ ୬ଟା ସମୟରେ ହୋଇଛି ।
ମନ୍ତ୍ରଣାଳୟ ପରିବାରର ଯଥାସମ୍ଭବ ସହାୟତା କରୁଛି ଏବଂ ଦିଲ୍ଲୀ ପୋଲିସର ସଂପର୍କରେ ରହିଛି । ଏଭଳି ଦୁଃଖ ସମୟରେ ମନ୍ତ୍ରଣାଳୟ ତାଙ୍କ ପରିବାର ସହିତ ରହିଛି ।












Click it and Unblock the Notifications