Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନକୁ ସମର୍ଥନ କରୁଥିବା ଲୋକ ସେଠାକୁ ଚାଲି ଯାଆନ୍ତୁ: ପବନ କଲ୍ୟାଣ

ପହଲଗାମରେ ଆତଙ୍କୀ ହମଲାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। କଂଗ୍ରେସର କିଛି ନେତା ବିବାଦୀୟ ଟିପ୍ପଣୀ ଦେଇ ବିବାଦୀୟ ସ୍ଥିତି ସୃଷ୍ଟି କରିଛନ୍ତି। ଏହାକୁ ସବୁ ସ୍ତରରେ କଡ଼ା ନିନ୍ଦା କରାଯାଉଛି। ଏହି କ୍ରମରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ ରାଜନୈତିକ ବୟାନବାଜି କରୁଥିବା ନେତାଙ୍କ ପ୍ରତି କଡ଼ା ଟିପ୍ପଣୀ କରିଛନ୍ତି। ବିଶେଷ କରି କଂଗ୍ରେସ ଦଳର ନେତାଙ୍କୁ ସେ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି।

ପବନ କଲ୍ୟାଣ ଭାରତରେ ରହି ପାକିସ୍ତାନର ସମର୍ଥନ କରୁଥିବା ନେତାଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଭାରତରେ ରହି ପାକିସ୍ତାନର ସମର୍ଥନ କରୁଥିବା ନେତାଙ୍କ ବୟାନ ସ୍ଵୀକାର୍ଯ୍ୟ ନୁହେଁ। କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଛନ୍ତି, କିଛି ନେତାଙ୍କ ବୟାନ ଦେଶର ଏକତା ବିରୋଧୀ ରହିଛି। ଏହି ଧରଣର ନେତାଙ୍କୁ ପାକିସ୍ତାନରେ ଯାଇ ରହିବା ଉଚିତ୍। ପହଲଗାମ ଆତଙ୍କୀ ହମଲାରେ ମୃତ ୨୬ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପାଇଁ ଆୟୋଜିତ ସଭାକୁ ସମ୍ବୋଧିତ କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି ପବନ କଲ୍ୟାଣ।

ସେ କହିଛନ୍ତି, କାଶ୍ମୀର ଆମର। ରାଜନୈତିକ ଫାଇଦା ପାଇଁ ଆତଙ୍କବାଦକୁ ବ୍ୟବହାର କରିବା ଲଜ୍ଜାଜନକ। ଯେଉଁ ନେତା ପାକିସ୍ତାନର ଭାଷା କହୁଛନ୍ତି, ସେମାନଙ୍କୁ ଭାରତ ଛାଡ଼ି ପାକିସ୍ତାନରେ ରହିବା ଉଚିତ୍। ପହଲଗାମ ପରି ହୃଦୟ ବିଦାରକ ଆତଙ୍କବାଦୀ ଆକ୍ରମଣକୁ ରାଜନୈତିକ ଚଷମାରେ ଦେଖିବା ଉଚିତ୍ ନୁହେଁ। ସେ ଜୋର ଦେଇ କହିଛନ୍ତି, ଦେଶ ଆତଙ୍କବାଦ କିମ୍ବା କୌଣସି ପ୍ରକାରର ରାଷ୍ଟ୍ର ବିରୋଧୀ ଚିନ୍ତାଧାରାକୁ ବରଦାସ୍ତ କରିବ ନାହିଁ।

ଏହା ସହିତ ଜନସେନା ପାର୍ଟି ପହଲଗାମ ହମଲାରେ ପ୍ରାଣ ହରାଇଥିବା ଆନ୍ଧ୍ର ପ୍ରଦେଶର ବାସିନ୍ଦା ମଧୁସୂଦନ ରାଓଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ରାଓ ନିଜର ପରିବାର ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ। ଏହି ସମୟରେ ପହଲଗାମର ବେସରନ ଉପତ୍ୟକାରେ ଆତଙ୍କୀ ହମଲା ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।

pawan kalyan

ପବନ କଲ୍ୟାଣ କହିଛନ୍ତି, ରାଓଙ୍କ ପତ୍ନୀଙ୍କୁ ଯେତେବେଳେ ଭେଟିଲେ, ସେ କହିଲେ ଆମେ କାଶ୍ମୀର ଭ୍ରମଣରେ ଯାଇଥିଲୁ। କାଶ୍ମୀର ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ। ହିନ୍ଦୁଙ୍କ ପାଇଁ ଭାରତ ଏକମାତ୍ର ଦେଶ। ଆମେ ଯଦି ନିଜ ଦେଶରେ ବୁଲି ପାରିବୁନି ତେବେ ଆଉ କେଉଁଠିକୁ ବୁଲି ଯିବୁ। ପର୍ଯ୍ୟଟକ ଜେଏସ ଚନ୍ଦ୍ର ମୌଲିଙ୍କ ମୁଣ୍ଡରେ ୩୫ରୁ ୪୦ ଗୁଳି କରାଯାଇଛି। ହମଲା ସମୟରେ ବିରୋଧ କରିବାରୁ ଜଣେ ମୁସଲିମ ଅଶ୍ଵ ଚଢାଳୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି ବୋଲି ପବନ କଲ୍ୟାଣ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+