ଯଦି ଲଢିବାର ଅଛି ଶାହ ଓ ମୋଦୀଙ୍କ ସହ ଲଢନ୍ତୁ, ଜାଣନ୍ତୁ ଖଡଗେଙ୍କୁ କାହିଁକି ଏମିତି କହିଲେ ବାବା ରାମଦେବ
କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଆରଏସଏସ ଉପରେ କଟକଣା ଲଗାଯିବା ବୟାନ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି ଯୋଗ ଗୁରୁ ବାବା ରାମଦେବ । ସେ କହିଛନ୍ତି, ଯାହାଙ୍କ ବିଚାର ଭାରତ ଓ ଭାରତୀୟଙ୍କ ସହ ମେଳ ଖାଉ ନାହିଁ, ସେମାନେ ହିଁ ଏଜେଣ୍ଡା ଚଲାଇଥାନ୍ତି । ସେମାନଙ୍କୁ ଯଦି ଲଢିବାର ଅଛି ତେବେ ଅମିତ ଶାହ ଓ ମୋଦୀ ଜୀଙ୍କ ସହ ଲଢନ୍ତୁ । ବିଜେପି ନେତାଙ୍କୁ ତ ହରାଇ ପାରୁ ନାହାନ୍ତି, ଉପରେ ଆରଏସଏସ ଉପରେ ଅଭଦ୍ର ଟିପ୍ପଣୀ କରୁଛନ୍ତି ।
ଇାବା ରାମଦେବ ଦିଲ୍ଲୀରେ ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି, ଆରଏସଏସ କୌଣସି ରାଜନୈତିକ ଦଳ ନୁହେଁ । ରାଜନୈତିକ ପାର୍ଟି ହେଉଛି ବିଜେପି । ଲଢେଇ କରିବାର ଅଛି ତ ଅମିତ ଶାହ ଓ ମୋଦୀ ଜୀଙ୍କ ସହ କର । ସେମାନଙ୍କୁ ତ ହରାଇ ପାରୁନ, ଓଲଟା ଆରଏସଏସ ଉପରେ ଅଭଦ୍ର ଟିପ୍ପଣୀ କରୁଛ ।

ଆରଏସଏସକୁ ଗତ ଦୁଇ ତିନି ଦଶନ୍ଧି ହେବ ଅତି ନିକଟରୁ ଦେଖି ଆସୁଛି । ସେଥିରେ ବହୁତ ଭଲ ଏବଂ ତପସ୍ୱୀ ଲୋକ ଅଛନ୍ତି । ତେବେ ଯାହାଙ୍କ ବିଚାର ଭାରତ ଓ ଭାରତୀୟତା ସହ ମେଳ ଖାଉନି, ସେମାନେ ହିଁ ଏଜେଣ୍ଡା ଚଲାଉଛନ୍ତି ବୋଲି ଖଡଗେଙ୍କୁ ସମାଲୋଚନା କରି ବାବା ରାମଦେବ କହିଛନ୍ତି । ଆରଏସଏସ ଉପରେ ପ୍ରଶ୍ନ ହେବାରୁ ବାବା ରାମଦେବ କହିଛନ୍ତି, ଆରଏସଏସ ଆର୍ଯ୍ୟ ସମାଜ ପରି ଏକ ରାଷ୍ଟ୍ରବାଦୀ ସଂଗଠନ ।
ଏଥିରେ ଡ. ହେଡଗେୱାରଙ୍କଠୁ ନେଇ ସଦାଶିବରାଓ ଗୋଲବଲକର ପରି ଅନେକ ମହାନ ଲୋକ ତପସ୍ୟା କରିଛନ୍ତି । ଆଜି ବି ଲକ୍ଷାଧିକ ସଂଘ କାର୍ଯ୍ୟକର୍ତ୍ତା ଦେଶ ପାଇଁ କାମ କରୁଛନ୍ତି । ଯେବେ ଦେଶ ବିରୋଧୀ ଶକ୍ତି, ସନାତନ ବିରୋଧୀ ଶକ୍ତି, ଆରଏସଏସ କିମ୍ବା କୌଣସି ବି ହିନ୍ଦୁବାଦୀ ଶକ୍ତିର ବିରୋଧ କରନ୍ତି, ସେମାନଙ୍କ ପଛରେ କୌଣସି ଏଜେଣ୍ଡା କିମ୍ବା ସ୍ୱାର୍ଥ ଉଦ୍ଦେଶ୍ୟ ରହିଥାଏ ।












Click it and Unblock the Notifications