୩ରୁ ଅଧିକ ସନ୍ତାନ ଥିଲେ ସରାକାରୀ ଯୋଜନାରୁ ହେବେ ବଞ୍ଚିତ , ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ:ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଆର୍ôଥକ ସହାୟତା ଯୋଜନାରେ ଆସାମ ସରକାର କିଛି ନୂତନ ସର୍ତ୍ତ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଜଣେ ମହିଳାଙ୍କ ସନ୍ତାନ ସଂଖ୍ୟା ଉପରେ ଏକ ସୀମା ଯୋଡି ଦିଆଯାଇଛି । ଯଦି ଜେନେରାଲ ଏବଂ ଓବିସି ବର୍ଗର ମହିଳାମାନେ କୌଣସି ଆର୍ôଥକ ଯୋଜନାର ଲାଭ ପାଇବାକୁ ଚାହାଁନ୍ତି, ତେବେ ସେମାନଙ୍କର ତିନିରୁ ଅଧିକ ସନ୍ତାନ ନଥିବେ , ଯେତେବେଳେ କି ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ମହିଳାଙ୍କ ପାଇଁ ଏହି ସୀମା ଚାରି ସନ୍ତାନଙ୍କ ପର୍ଯ୍ୟନ୍ତ ରହିଛି ।

ଜାନୁୟାରୀ ୧୧ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମହିଲା ଉଦ୍ୟୋଗୀ ଅଭିଯାନ (ଏମଏମୟୁଏ) ଘୋଷଣା କରି ଆସାମ ସିଏମ ହିମନ୍ତ ବିଶ୍ୱ ସର୍ମା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମସ୍ତ ହିତାଧିକାରୀ ଯୋଜନାରେ ଧୀରେ ଧୀରେ ଏଭଳି ଜନସଂଖ୍ୟା ମାନଦଣ୍ଡ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ୨୦୨୧ ରେ ତାଙ୍କ ଘୋଷଣା ସହିତ ଖାପ ଖାଉଛି ।

ଏହି ଆଦିବାସୀମାନେ ଛାଡ ପାଇଲେ

ତେବେ ଏମଏମୟୁଏ ଯୋଜନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନୟମରେ କୋହଳ ଦିଆଯାଇଛି ଏବଂ ଏସଟିର ମାନ୍ୟତା ଦାବିରେ ମୋରାନ, ମୋଟୋକ ଏବଂ ଟି ଆଦିବାସୀ' ଉପରେ ଚାରି ପିଲାଙ୍କ ସୀମା ମଧ୍ୟ ଲାଗୁ କରାଯାଇଛି ବୋଲି ସେ କହିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀରେ ଜଡିତ ମହିଳାମାନଙ୍କୁ ଗ୍ରାମୀଣ ମାଇକ୍ରୋ ଉଦ୍ୟୋଗୀ ଭାବରେ ବିକାଶ କରିବାକୁ ସାହାଯ୍ୟ କରିବା ।

himanta biswa sarma


ମହିଳାମାନେ ବ୍ୟବସାୟ କରିବାକୁ ହେବେ ସକ୍ଷମ

ଶର୍ମା ଆହୁରି କହିଛନ୍ତି ଯେ ଏହି ଯୋଜନା ଶିଶୁଙ୍କ ସଂଖ୍ୟା ସହିତ ଜଡିତ ହୋଇଛି ଯାହା ଦ୍ୱାରା ମହିଳାମାନେ ଏହି ଅର୍ଥକୁ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠା ପାଇଁ ବ୍ୟବହାର କରିପାରିବେ । ସେ କହିଥିଲେ ଯେ ଯଦି ଜଣେ ମହିଳାଙ୍କର ଚାରି ସନ୍ତାନ ଅଛନ୍ତି, ତେବେ ସେ ଟଙ୍କା ଖର୍ଚ୍ଚ କରିବାକୁ ସମୟ କେଉଁଠୁ ପାଇବେ, ଆଉ ବ୍ୟବସାୟ କରିବା ପାଇଁ ସମୟ ସେ କେଉଁଠୁ ପାଇବେ? ସେ ପିଲାମାନଙ୍କୁ ଶିକ୍ଷା ଦେବାରେ ବ୍ୟସ୍ତ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+