ଟଙ୍କା ଥିଲେ କିଣି ହେବ ଭାରତୀୟ ଶିକ୍ଷା ବ୍ୟବସ୍ଥା : ରାହୁଲ ଗାନ୍ଧି
ସୋମବାର ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ନିଟ୍ ପେପର ଲିକ୍ ପ୍ରସଙ୍ଗରେ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ବିତର୍କ ଆରମ୍ଭ ହୋଇଥିଲା । କଂଗ୍ରେସ ଏମ୍ପି ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ଯେହେତୁ ନିଟ୍ ଏକ ବ୍ୟବସ୍ଥିତ ପ୍ରସଙ୍ଗ, ତେଣୁ ଆପଣ ଏହି ସମସ୍ୟାର ସମାଧାନ ପାଇଁ କଣ କରୁଛନ୍ତି?

ଏହା ଜବାବରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଟ୍ ପରୀକ୍ଷା ମାମଲାରେ ପେପର ଲିକ୍ ହେବାର କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସି ନାହିଁ । ବିରୋଧୀଦଳର ନେତାମାନେ ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଗୃହରେ ହଙ୍ଗାମା କରିଥିଲେ । ଧର୍ମେନ୍ଦ୍ର କହିଛନ୍ତି, କେବଳ ବଡ଼ ପାଟି କଲେ ମିଛ କେବେ ସତ ହୋଇଯାଏନା । ଦେଶର ପରୀକ୍ଷା ବ୍ୟବସ୍ଥା ନିରର୍ଥକ ବୋଲି ବିରୋଧୀଦଳର ନେତାଙ୍କ ବିବୃତ୍ତି ଅତ୍ୟନ୍ତ ନିନ୍ଦନୀୟ ।
ରାହୁଲ ଗାନ୍ଧୀ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଦାୟୀ କରିଛନ୍ତି । ମୁଁ ଭାବୁନାହିଁ ଯେ ସେମାନେ ଏଠାରେ କ'ଣ ଘଟୁଛି ତାହାର ମୌଳିକ କଥା ମଧ୍ୟ ବୁଝିପାରୁଛନ୍ତି କି ନାହିଁ ତାହ ଜଣାନାହିଁ । ଯଦି ଜଣେ ଧନୀ ଏବଂ ପାଖରେ ଟଙ୍କା ଅଛି, ତେବେ ସେ ଭାରତୀୟ ପରୀକ୍ଷା ବ୍ୟବସ୍ଥାକୁ କିଣି ପାରିବେ । ଏନେଇ ଏକ ଦିନ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ରାହୁଲ ଦାବି କରିଛନ୍ତି ।












Click it and Unblock the Notifications