ପାକିସ୍ତାନରେ ଆତଙ୍କବାଦୀଙ୍କୁ ଖୋଜିଖୋଜି ମରାଯିବ; ଏସ୍‌. ଜୟଶଙ୍କର

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ବିରୋଧରେ କଡ଼ା ନୀତି ଗ୍ରହଣ କରିଛନ୍ତି । ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଯଦି ଆତଙ୍କବାଦୀମାନେ ପାକିସ୍ତାନରେ ଅଛନ୍ତି, ତେବେ ଭାରତ ସେମାନଙ୍କୁ ସେଠାରେ ହିଁ ଟାର୍ଗେଟ୍‌ କରିବ । ଏକ ବୟାନରେ ଜୟଶଙ୍କର କହିଛନ୍ତି, ଆମେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ସହ୍ୟ କରିବୁ ନାହିଁ ।

ଯେଉଁମାନେ ଭାରତରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନଙ୍କୁ କୌଣସି ସ୍ଥାନରେ ଛଡ଼ାଯିବ ନାହିଁ ।ଆତଙ୍କୀ ବିରୁଦ୍ଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ପ୍ରଶଂସାଯୋଗ୍ୟ । ଅସ୍ତ୍ରବିରତି ଅସ୍ଥାୟୀ ସମାଧାନ । ପାକିସ୍ତାନ ସହିତ ସଂଘର୍ଷର ସ୍ଥାୟୀ ଏବଂ ସଠିକ୍ ସମାଧାନ ରାସ୍ତା ଦରକାର । ଆମେ ଆତଙ୍କବାଦୀକୁ ଶେଷ କରିବାକୁ ଚାହୁଁଛୁ ।

Jaishankar

ଆତଙ୍କବାଦକୁ ନେଇ ଜୟଶଙ୍କର ପୂର୍ବରୁ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନକୁ ବାର୍ତ୍ତା ଥିଲା, ଯଦି ୨୨ ଏପ୍ରିଲ ଭଳି କିଛି ହେବ, ତେବେ ମୁହଁତୋଡ ଜବାବ ଦିଆଯିବ । ଆମେ ଆତଙ୍କୀକୁ ଛାଡିବୁ ନାହିଁ । ଆତଙ୍କୀ ପାକିସ୍ତାନରୁ ଆରମ୍ଭ କରି ଯେଉଁଠାରେ ବି ଥିବେ, ସେମାନଙ୍କୁ ଛଡାଯିବ ନାହିଁ । ଅପରେସନ ସିନ୍ଦୂର ଏକ ବାର୍ତ୍ତା । ଏବେ ସହମତିରେ ଅସ୍ତ୍ରବିରତି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+