Get Updates
Get notified of breaking news, exclusive insights, and must-see stories!

ବିଜେପି ସାଂସଦଙ୍କ ବଡ଼ ବୟାନ,କହିଲେ ଯଦି ଆଇନ ତିଆରି କରିବେ ସୁପ୍ରିମକୋର୍ଟ,ତେବେ......

ଓ୍ବାକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଲାଗି ସମୟସୀମା ଧାର୍ଯ୍ୟ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ। ସାମାଜିକ ଗଣମାଧ୍ୟମରେ ଦୁବେ ଏକ ପୋଷ୍ଟ କରି ଏଭଳି କହିଛନ୍ତି। ଝାଡ଼ଖଣ୍ଡର ବିଜେପି ସାଂସଦ ଦୁବେ କହିଛନ୍ତି, ସୁପ୍ରିମକୋର୍ଟରେ ଓ୍ବାକଫ ସଂଶୋଧନ ଆଇନ ଉପରେ ଶୁଣାଣି ହେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ଵାସ ରହିଛି। ଆମେ ପରସ୍ପରଙ୍କୁ ସମ୍ମାନ ଦେବା ଉଚିତ। ଯଦି ସରକାର ନ୍ୟାୟପାଳିକାରେ ହସ୍ତକ୍ଷେପ କରନ୍ତି, ତେବେ ତାହା ଠିକ ହେବ ନାହିଁ।

supreme court

ଅନ୍ୟପଟେ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ ସୁପ୍ରିମକୋର୍ଟଙ୍କ ଶୁଣାଣିର ଅନ୍ତରୀଣ ଆଦେଶ ପୂର୍ବରୁ ଓ୍ବାକଫ ଆଇନ ଉପରେ ନିଜର ନିଷ୍ପତ୍ତି ଶୁଣାଇ ଘୋଷଣା କରିଛନ୍ତି ଯେ, ଯଦି ଆଇନରେ ଗୋଟିଏ ବି ତ୍ରୁଟି ବାହାରିବ, ତେବେ ସେ ନିଜ ସାଂସଦ ପଦରୁ ଇସ୍ତଫା ଦେଇଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+