Get Updates
Get notified of breaking news, exclusive insights, and must-see stories!

'ରାହୁଲ ଗାନ୍ଧି ଆମେଠିରୁ ନିଜ ନାମ ଘୋଷଣା ନକଲେ କରିବି ଆତ୍ମହତ୍ୟା'

ନୂଆଦିଲ୍ଲୀ : ଦେଶର ଚର୍ଚ୍ଚିତ ଲୋକସଭା ଆସନ ହେଉଛି ଉତ୍ତର ପ୍ରଦେଶର ଆମେଠି ଓ ରାଏବରେଲି ଆସନ । କାରଣ ଏହି ଆସନକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । କିନ୍ତୁ ନିର୍ବାଚନକୁ ଖୁବ୍ କମ୍ ସମୟ ଥିବା ବେଳେ ଏହି ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହିଁ । ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ କର୍ମି ଙ୍କ ମନରେ ଦେଖାଦେଇଛି ଅସୋନ୍ତୋଷ ।

ରାହୁଲ ଗାନ୍ଧୀ ଏହି ଆସନରେ ଲଢ଼ିପାରନ୍ତି ବୋଲି କୁହାଯାଉଥିଲେ ହେଁ ସେଭଳି କିଛି ସଙ୍କେତ ମିଳିନାହିଁ । ସେ ଆମେଠିରୁ ଲଢ଼ିବାକୁ ଇଚ୍ଛୁକ ନ ଥିବାରୁ ଦଳର କର୍ମକର୍ତ୍ତା ହତାଶ ଏବଂ ନିରାଶ ହୋଇପଡ଼ିଛନ୍ତି । ଅପରପକ୍ଷେ ବିରୋଧୀ ଭାଜପାର ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରେ ନାମାଙ୍କନ ଦାଖଲ କରିସାରିଛନ୍ତି । ହେଲେ କଂଗ୍ରେସର ପ୍ରାର୍ଥୀର ଖୋଜ ଖବର ନାହିଁ । ଆମେଠିରେ ପ୍ରାର୍ଥୀ ନ ଦେବାକୁ ନେଇ ଗୌରୀଗଞ୍ଜସ୍ଥିତ କଂଗ୍ରେସ ଭବନ ପରିସରରେ ମଙ୍ଗଳବାର ଅପରାହ୍ନରେ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅବନୀଶ ମିଶ୍ରା ସେନାନି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ଗଛରେ ଝୁଲି ପଡ଼ିବାକୁ ଉଦ୍ୟମ କରିଥିଲେ ହେଁ ସମୟ ଥାଇ ତାଙ୍କୁ କର୍ମୀମାନେ ବଞ୍ଚାଇ ପାରିଥିଲେ ।

ଏହି ମାମଲାରେ ପଚରାଯିବାରେ ଅବନୀଶ କହିଛନ୍ତି, ଆମେ ୫ ବର୍ଷ ଧରି ପରିଶ୍ରମ କରୁଛୁ । ଗାଁ ଗାଁ ବୁଲି ଦଳକୁ ସାଂଗଠନିକସ୍ତରରେ ମଜଭୂତ କରିଛୁ । ପ୍ରାୟ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଆମେଠିର ଜନସାଧାରଣ ଆମକୁ ପ୍ରଶ୍ନ କରୁଛନ୍ତି । ଆମକୁ ଉତ୍ତର ଦେବାକୁ ପଡ଼ୁଛି । ତେବେ କାଲି ପର୍ଯ୍ୟନ୍ତ ରାହୁଲ ଆମେଠିରୁ ନିଜ ନାମ ଘୋଷଣା ନ କଲେ ମୁଁ ଆତ୍ମହତ୍ୟା କରିନେବି ।

rahul gandhi

ଇତିହାସରେ ଲେଖା ରହିବ ଯେ ଗାନ୍ଧୀ ପରିବାର ଲାଗି ଜଣେ ଆତ୍ମହତ୍ୟା କରିଥିଲେ ବୋଲି । ଆମର ମନ ଖରାପ ହୋଇ ସାରିଛି । ଏଣୁ ଗାନ୍ଧୀ ପରିବାରକୁ ଏଠାରୁ ନିର୍ବାଚନ ଲଢ଼ିବାକୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀ ଆମେଠି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ କହିଛନ୍ତି ଯେ ଆମର ସମସ୍ତ କର୍ମକର୍ତ୍ତା ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ନ୍ତୁ । ଆମେ ବିଶ୍ୱାସ କରୁ ଯେ ରାହୁଲ ଗାନ୍ଧୀ ଆମ କଥା ଶୁଣିବେ, ଏଠାକୁ ଆସି ଏକ ବଡ଼ ବିଜୟ ହାସଲ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+