'ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ ଜିତିଲେ, ମୁଁ "ମାଧୁରୀ ଦୀକ୍ଷିତଙ୍କୁ ନେଇଯିବି"
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଯୁଦ୍ଧ ଖବର ଆସିବା ମାତ୍ରେ ଚର୍ଚ୍ଚାରେ ।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ରସାରିତ ହେଉଥିବା ଏକ ଭିଡିଓ ବିବାଦ ସୃଷ୍ଟି କରିଛି । ଯେଉଁଥିରେ ଜଣେ ପାକିସ୍ତାନୀ ଧର୍ମଗୁରୁ (ମୌଲାନା) ସମ୍ଭାବ୍ୟ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ପୁଅ ପାଖରେ ବସି କହିଛନ୍ତି ଯଦି ପାକିସ୍ତାନ ଭାରତ ବିରୁଦ୍ଧରେ ଯୁଦ୍ଧ ଜିତିଯାଏ, ତେବେ ସେ "ମାଧୁରୀ ଦୀକ୍ଷିତଙ୍କୁ ନେଇଯିବେ " - ମୌଲାନାଙ୍କ ଏଭଳି ମନ୍ତବ୍ୟ ପାଇଁ ଏହି ଭିଡିଓ ଏବେ ତୀବ୍ର ସମାଲୋଚନାର ଶିକାର ହୋଇଛି ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଯାହା ପରଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନନା ଲାଗିରହିଛି । ଏହା ଭିତରେ ପାକିସ୍ତାନୀ ଧର୍ମଗୁରୁଙ୍କ ଏଭଳି ମନ୍ତବ୍ୟ ଖୁବ ବିବାଦ ସୃଷ୍ଟି କରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ଯୁଦ୍ଧ ୧୯୯୯ ମସିହାରେ ହୋଇଥିଲା ଯାହା କାରଗିଲ ଯୁଦ୍ଧ ଭାବରେ ଜଣାଶୁଣା । ଏବେ ପୁଣିଥରେ ଉଭୟ ଦେଶ ଭିତରେ ଯୁଦ୍ଧର ସମ୍ଭାବନା ବଢ଼ିବାରେ ଲାଗିଛି ।












Click it and Unblock the Notifications