୩-୪ ସନ୍ତାନ ଜନ୍ମ କରିବା ଦରକାର, ନହେଲେ ଭାରତ ହୋଇଯିବ ପାକିସ୍ତାନ: ନବନୀତ ରାଣା
ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି ଯେ ଯେଉଁମାନେ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରୁଛନ୍ତି ଏବଂ ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଚାହୁଁଛନ୍ତି, ସେମାନଙ୍କର ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ଅମରାବତୀରେ ସାମ୍ବାଦିକଙ୍କ ସହ ସାକ୍ଷାତକାର ସମୟରେ ସେ ଏଭଳି ବୟାନ ଦେଇଥିଲେ। ସେ କହିଥିଲେ, ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି। ଶୁଣ, ମୁସଲାମାନମାନେ ଖୋଲାଖୋଲି ଭାବରେ କହୁଛନ୍ତି ଯେ ସେମାନଙ୍କର ୪ଜଣ ସ୍ତ୍ରୀ ଏବଂ ୧୯ ଜଣ ପିଲା ଅଛନ୍ତି। ମୁଁ ପରାମର୍ଶ ଦେଉଛି ଯେ, ଆମର ଅତି କମରେ ତିନିରୁ ଚାରି ଲେଖାଏଁ ପିଲା କରିବା ଉଚିତ।

ଜଣେ ମୌଲାନାଙ୍କ କଥା ଉଦ୍ଧୃତ କରି ସେ କହିଥିଲେ, "ମୁଁ ଜାଣିନାହିଁ ଯେ ସେ ଜଣେ ମୌଲାନା କି ଆଉ କିଏ, କିନ୍ତୁ ସେ କହିଥିଲେ ଯେ, ତାଙ୍କର ୧୯ ଜଣ ପିଲା ଏବଂ ଚାରି ଜଣ ସ୍ତ୍ରୀ ଅଛନ୍ତି। ଏହା ସତ୍ତ୍ବେ ବି ୩୦ଜଣ ପିଲା ଜନ୍ମ ନକରିପାରିବାରୁ ସେ ଖୁସି ନଥିବା କହିଥିଲେ। ଏମାନେ ବହୁ ସଂଖ୍ୟକ ପିଲା ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ତେବେ ଆମେ କାହିଁକି ଗୋଟିଏ ପିଲାରେ ସନ୍ତୁଷ୍ଟ ହେବା? ଆମର ମଧ୍ୟ ତିନିରୁ ଚାରି ଜଣ ପିଲା ରହିବା ଉଚିତ।"












Click it and Unblock the Notifications