'ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ ଭାବେ ଆମ କଥା ଶୁଣିବ'
କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଭାରତକୁ ଏକ ମହାଶକ୍ତି ଏବଂ ବିଶ୍ୱ ଗୁରୁ ଦର୍ଶାଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ ଭାବେ ଆମ କଥା ଶୁଣିବ । ନାଗପୁରରେ ରାଷ୍ଟ୍ର ନିର୍ମାଣ ସମିତି(ସାମାଜିକ ସଂଗଠନ) ଦ୍ୱାରା ଆୟୋଜିତ 'ଅଖଣ୍ଡ ଭାରତ ସଂକଳ୍ପ ଦିବସ' କାର୍ଯ୍ୟକ୍ରମରେ ସଭାକୁ ସମ୍ବୋଧିତ କରି ଗଡକରୀ ଉପରୋକ୍ତ ବୟାନ ଦେଇଛନ୍ତି ।
ଗଡକରୀ କହିଛନ୍ତି, ଆମେ ଆଜିର ଦିନକୁ ମନେ ରଖିବା କାରଣ ଏହି ଦିନ ୧୯୪୭ରେ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଭାରତ ଓ ପାକିସ୍ତାନ । ଆମେ ସମସ୍ତେ ଗୋଟିଏ ମିଶନ ରୂପେ ସ୍ୱୀକାର କରିବା ଯେ, ଆମ ଦେଶର ବିଭାଜନ ଅସ୍ୱୀକାର ଥିଲା ଏବଂ ଗୋଟିଏ ଦିନ ଦେଶ ଅଖଣ୍ଡ ଭାରତ ହୋଇଯିବ । ଏହି ସଂକଳ୍ପକୁ ଆମେ ଆଜିର କାର୍ଯ୍ୟକ୍ରମରେ ନେଉଛୁ । ଗଡକରୀ ଭାରତର ବିବିଧତାରେ ଏକତା ଏବଂ ଦେଶର ସଶସ୍ତ୍ର ବଳର ପ୍ରଶଂସା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ଏବଂ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ସହ ଆତ୍ମ ନିର୍ଭର ଏବଂ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି । ଏହି ସବୁ ସଂକଳ୍ପ ପ୍ରତିଟି ଭାରତୀୟଙ୍କ ଉଦ୍ୟମରେ ହିଁ ସଫଳ ହୋଇ ପାରିବ । ଯଦି ଆମେ ପ୍ରତିଟି କ୍ଷେତ୍ରରେ ମଜବୁତ ହେବା ତେବେ ନିଶ୍ଚିତ ରୂପେ ଦୁନିଆ ଆମର କଥା ଶୁଣିବ । ଯେଉଁ ଲୋକେ ଅର୍ଥବ୍ୟବସ୍ଥା, ରକ୍ଷା, ବିଜ୍ଞାନ ଏବଂ ପ୍ରଦୌଗିକିରେ ମଜବୁତ ସହ କୃଷି ଏବଂ କାରବାରରେ ପ୍ରଗତି କରୁଛନ୍ତି ତଥା ଯେଉଁ ଦେଶର ନାଗରିକ ଦେଶଭକ୍ତ ଏବଂ ସୁସଂସ୍କୃତ, ସେହି ଦେଶ ହିଁ ବିଶ୍ୱ ଗୁରୁ ହୋଇ ପାରିବ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications