GST ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ବଦଳିବ ଏହି ସବୁ ନିୟମ....

ନୂଆଦିଲ୍ଲୀ:GSTନିୟମରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ୧ ମାର୍ଚ୍ଚ ୨୦୨୪ ରୁ GSTନିୟମ ପରିବର୍ତ୍ତନ ହେବା । ବର୍ତ୍ତମାନ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଇ-ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା କର ନିୟମ ଅନୁଯାୟୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କୌଣସି ଦ୍ରବ୍ୟ କାରବାର ନିମନ୍ତେ ଇ-ୱେ ବିଲ ଆବଶ୍ୟକ ହୋଇଥାଏ ।

ନିକଟରେ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (NIC) ଏକ ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଏମିତି ଅନେକ ଟିକସଦାତା ଅଛନ୍ତି ଯେଉଁମାନେ ବିଜନେସ୍ ଟୁ ବିଜନେସ୍ ଏବଂଏକ୍ସପୋର୍ଟ କାରବାର ପାଇଁ ଇ-ଚାଲାଣ ବିନା ଇ-ୱେ ବିଲ୍ ଜେନେରେଟ୍ କରୁଛନ୍ତି । ଏହା ନିୟମର ଉଲଂଘନ । ଅନେକ ସମୟରେ କାରବାରରେ ଇ-ୱେ ବିଲ୍ ଇ-ଚାଲାଣ ସହ ମେଳ ଖାଇ ନ ଥାଏ । ଏଭଳି ସ୍ଥିତିରେ ଟିକସ ଦେୟରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରି ଇ-ୱେ ବିଲ୍ ପାଇଁ ଇ-ଚାଲାଣ ବାଧ୍ୟତାମୂଳକ କରିଛନ୍ତି ।

 GST rules change

ତେବେ ଏହି ନିୟମ କେବ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ ଏବଂ ଗ୍ରାହକ ତଥା ଅନ୍ୟ ପ୍ରକାର କାରବାର ପାଇଁ ଇ-ୱେ ବିଲ୍ ସୃଷ୍ଟି କରିବା ଲାଗି ଇ- ଚାଲାଣ ବାଧ୍ୟତାମୂଳକ ନୁହେଁ । ଅପରପେକ୍ଷ ଗ୍ରାହକମାନଙ୍କ ଉପରେ ଏହି ପରିବର୍ଭିତ ନିୟମର କୌଣସି କୌଣସି ପ୍ରଭାବ ପଡ଼ିବନାହିଁ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+