ପାକିସ୍ତାନରେ IED ବିସ୍ଫୋରଣ: ୫ ସୁରକ୍ଷାକର୍ମୀ ମୃତ
ପାକିସ୍ତାନରେ IED ବିସ୍ଫୋରଣରେ ୫ ସୁରକ୍ଷାକର୍ମୀ ମୃତ । ବଲୋଚିସ୍ତାନ କେଚ୍ ଜିଲ୍ଲାରେ ଆତଙ୍କବାଦୀଙ୍କ IED ବିସ୍ଫୋରଣ ହୋଇଛି ।ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।
ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରେ ଇମ୍ପ୍ରୋଭାଇସ୍ଡ ଏକ୍ସେପ୍ଲୋସିଭ୍ ଡିଭାଇସ (IED)ରେ ଆଟାକ କରିବା ସହ ଅଖିବୁଜା ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମିଳିଛି । ତେବେ ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ମୃତ ସୈନିକମାନେ ହେଲେ ଟିପୁ ରଜ୍ଜାକ(୨୩), ସନି ଶୌକତ(୨୪), ଶଫି ଉଲ୍ଲାହ(୨୩), ଲାନ୍ସ ନାୟକ ତାରିକ୍ ଅଲି(୨୫) ଏବଂ ମୁହମ୍ମଦ ତାରିକ୍ ଖାନ୍(୨୫) ।
ବାଲୁଚିସ୍ତାନ କେଚ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ । ଫଳରେ ୫ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରେ ଇମ୍ପ୍ରୋଭାଇସ୍ଡ ଏକ୍ସେପ୍ଲୋସିଭ୍ ଡିଭାଇସ (IED )ରେ ଆଟାକ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମିଳିଛି ।

ପାକିସ୍ତାନର ମିଡ଼ିଆ ୱିଙ୍ଗ୍ କହିବାନୁଯାୟୀ, କେଚ୍ ଜିଲ୍ଲାର ବୁଲେଦା ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରେ ଓଋଊ ବିସ୍ଫୋରଣ କରିଥିଲେ । ଏହା ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।












Click it and Unblock the Notifications