ରାଷ୍ଟ୍ରୀୟ ଏକତା ଦିବସରେ ବର୍ଷିଲେ ମୋଦି; ଅର୍ବାନ ନକ୍ସଲକୁ ଟାର୍ଗେଟ କହିଲେ, ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଗୁଜରାଟ କେୱାଡିଆରୁ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯିଏ ବି ଭାରତ ସହ ଲାଗିବ ତାକୁ ଛଡ଼ାଯିବନି। ଆତଙ୍କୀଙ୍କୁ ଏଭଳି ଢଙ୍ଗରେ ଖୋଲା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି। ଏଥିସହ ଅର୍ବାନ ନକ୍ସଲକୁ ଟାର୍ଗେଟ କରିଛନ୍ତି।
ସେହିପରି ଜମ୍ମୁ କଶ୍ମୀରରେ ଧାରା ୩୭୦ ଦେଶରେ ଏକ କାନ୍ଥ ସଦୃଶ ଥିଲା। ଲୋକଙ୍କୁ ସାମ୍ବିଧାନିକ ଅଧିକାରଠାରୁ ବଞ୍ଚିତ ରଖୁଥିଲା। ଆମେସେହି କାନ୍ଥକୁ ମାଟିରେ ମିଶାଇ ଦେଇଛୁ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ଜମ୍ମୁ କଶ୍ମୀର ବାସିନ୍ଦାଙ୍କ ଭୂମିକାକୁ ପ୍ରଶଂସା କରିବା ସହ ତାଙ୍କୁ ସାଲୁଟ ଜଣାଇଛନ୍ତି ମୋଦି। ସେହିପରି ଆଧାର କାର୍ଡ ସଫଳତା ସଂପର୍କରେ କହିବା ସହ ଆଜି ସାରା ଦୁନିଆ ଏହାର ଚର୍ଚ୍ଚା କରୁଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, 'ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ', 'ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ', 'ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା'ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି । ଏହାଦ୍ୱାରା ଦେଶ ମଜବୁତ ହେବ ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆମେ ଦେଶର ଲୋକଙ୍କୁ ଗୋଟିଏ ଦେଶ ଗୋଟିଏ ସ୍ୱାସ୍ଥ୍ୟ ବୀମା ଆୟୁଷ୍ମାନ ଯୋଜନାର ସୁବିଧା ପ୍ରଦାନ କରିଛୁ । ଏହା ଦ୍ୱାରା କୋଟି କୋଟି ଦେଶବାସୀ ଉପକୃତ ହେଉଛନ୍ତି ।












Click it and Unblock the Notifications