ପ୍ରକାଶ ପାଇଲା ICSI CS Professional ପରୀକ୍ଷାଫଳ
ଇଣ୍ଡିଆର କମ୍ପାନୀ ସେକ୍ରେଟାରୀ ସଂସ୍ଥା (ICSI) ଆଜି CS ପ୍ରଫେସନାଲ୍ ପରୀକ୍ଷା 2024 ର ଫଳାଫଳ ଘୋଷଣା କରିଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ICSIର ଅଫିସିଆଲ୍ ୱେବସାଇଟ୍ icsi.edu କୁ ଯାଇ ନିଜ ଫଳାଫଳ ଚେକ୍ କରି ପାରିବେ । ଫଳାଫଳ ଯାଞ୍ଚ କରିବା ପାଇଁ, ପ୍ରାର୍ଥୀମାନଙ୍କୁ ସେମାନଙ୍କର ରୋଲ ନମ୍ବର ଏବଂ ପଞ୍ଜିକରଣ ନମ୍ବର ଦେବାକୁ ପଡିବ।
ICSI CS Professional Exam 2024 ର ଫଳାଫଳ ଏବଂ ପୁରୁଣା ଏବଂ ନୂତନ ଉଭୟ ପାଠ୍ୟକ୍ରମର ରାଙ୍କଧାରୀଙ୍କ ତାଲିକା ପ୍ରକାଶ କରିଛି। ପୁରୁଣା ପାଠ୍ୟକ୍ରମ ର ଟପ୍ପରମାନଙ୍କ ମଧ୍ୟରେ କଶିଶ ଗୁପ୍ତା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଏବଂ ରୁଚି ଜୈନ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଏବଂ ଦିବ୍ୟାନୀ ନୀଲେଶ ସାୱାନା ତୃତୀୟ ସ୍ଥାନ ହାସଲ କରିଛନ୍ତି।

ନୂତନ ପାଠ୍ୟକ୍ରମ ରେ ଚାରି ଜଣ ଛାତ୍ର ଶ୍ରେଷ୍ଠ 3 ମଧ୍ୟରେ ସ୍ଥାନ ପାଇଛନ୍ତି। ଯଶ ଧରମ ମେହେତା ପ୍ରଥମ ସ୍ଥାନ, ପି. ନୀତିନ ଥେଜା ଦ୍ୱିତୀୟ ସ୍ଥାନ ଏବଂ ପରବିନ୍ଦର କୌର ଏବଂ ନିତ୍ୟା ଶେଖର ଶେଟ୍ଟୀ ତୃତୀୟ ସ୍ଥାନ ହାସଲ କରିଛନ୍ତି।












Click it and Unblock the Notifications