ପ୍ରକାଶ ପାଇଲା ICSE, ISC ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ICSE, ISC-୨୦୨୩ ରେଜଲ୍ଟ । ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଲା । ICSE ଦଶମର ପାସ ହାର ୯୮.୯୪ ପ୍ରତିଶତ, ISC ଦ୍ୱାଦଶରେ ୯୬.୯୩ ପ୍ରତିଶତ ରହିଛି । ଛାତ୍ରଛାତ୍ରୀ ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ cisce.org ବା result.cisce.org ଭିଜିଟ୍ କରି ପରୀକ୍ଷାଫଳ ଚେକ୍ କରିପାରିବେ ।
ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦେଇଥିଲା CISCE ବୋର୍ଡ । ଚଳିତବର୍ଷ ଦ୍ୱାଦଶରେ ୯୯.୭୫ ପ୍ରତିଶତ ରଖି ରିୟା ଅଗ୍ରୱାଲ ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ସହ ଟପ୍ପ କରିଛନ୍ତି । ତେବେ ଦ୍ୱାଦଶରେ ପାସ୍ ହାର ୯୯.୭୫ ପ୍ରତିଶତ ରହିଛି । ସେହିପରି ନମ୍ବର ୱାନ୍ ୯ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି ।

ସୂଚନାଥାଉ ଯେ, ଆଇସିଏସଇର 10th ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।ସେହି 12th ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖକୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଜାରିଥିଲା । ଚଳିତ ବର୍ଷ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ସିଆଇଏସସିଇ ପରୀକ୍ଷା ଦେଇଥିଲେ ।












Click it and Unblock the Notifications