ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ନାରାୟଣ ବଘୁଲଙ୍କ ପରଲୋକ

ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟରର ପ୍ରତିଷ୍ଠିତ ନାମ ତଥା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନ୍ଖଚ୍ଛ ବ୍ୟାଙ୍କର ନାରାୟଣ ବଘୁଲଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । ଚେନ୍ନାଇର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନାରାୟଣ ବଘୁଲ ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା ।

Narayan Baghul

ସେ ଏହି ବ୍ୟାଙ୍କକୁ ବ୍ୟବସାୟର ଶୀର୍ଷରେ ପହଂଚାଇଥିଲେ । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ମାତ୍ର ୪୪ ବର୍ଷ ବୟସରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ହୋଇପାରିଥିଲେ । ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ନାରାୟଣଙ୍କୁ ଭୀଷ୍ମ ପିତାମହ ବୋଲି ଆଖ୍ୟା ଦେଇଥିଲେ ।

ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ତାଙ୍କୁ ଆଇସିଆଇସିଆଇ ବ୍ୟାଙ୍କର ପ୍ରମୁଖ ଭାବେ ନିଯୁକ୍ତ କରାଯାଇଥିଲା । ଘରୋଇ ସେକ୍ଟରର ଏହି ବ୍ୟାଙ୍କକୁ ସେ ବ୍ୟବସାୟର ଶୀର୍ଷରେ ପହଂଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏକ ଜାତୀୟ ଗଚ୍ଚମାଧ୍ୟମର ରିପୋର୍ଟ ମୁତାବକ ସେ ଅଚେତ ହୋଇ ନିଜ ଘରେ ପଡିଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+