ଚନ୍ଦ୍ରୟାନ-୩ ଅବତରଣ ସ୍ଥଳକୁ ଏବେ ‘ଶିବ ଶକ୍ତି' ନାମରେ ମିଳିଲା ମଞ୍ଜୁରି, ପିଏମ ମୋଦି କରିଥିଲେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ ସଂଘ (ଆଇଏୟୁ)ର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ 'ଶିବ ଶକ୍ତି' ନାମରେ ନାମିତ କରାଯାଇଛି । ଭାରତର ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା ।

Statio Shiv Shakti

ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରୟାନ -୩ ର ଅବତରଣ ସ୍ଥାନକୁ 'ଶିବ ଶକ୍ତି ପଏଣ୍ଟ' ବୋଲି କହିଥିଲେ । ଅବତରଣ ସ୍ଥଳକୁ 'ଶିବ ଶକ୍ତି' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବାର ପ୍ରାୟ ସାତ ମାସ ପରେ ଏହି ମଞ୍ଜୁରି ମିଳିଛି । ଚନ୍ଦ୍ରାୟନ -୩ ୧୪ ଜୁଲାଇ ୨୦୨୩ରେ ଲଞ୍ଚ କରାଯାଇଥିଲା । ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏକ ଖଠଗ୩-ଗ୪ ରକେଟରେ ଉତକ୍ଷେପଣ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ ୨୩ ରେ ସା ୫ଟା ୪ ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା । ଏହାର ମୋଟ ମୂଲ୍ୟ ୬୧୫ କୋଟି ଟଙ୍କା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+