UPSCର ନୂଆ ଚେୟାର୍ମ୍ୟାନ୍ ହେଲେ ପ୍ରୀତି ସୁଦାନ
IAS Preeti Sudan: UPSCର ନୂଆ ଚେୟାର୍ମ୍ୟାନ୍ ହେଲେ ପ୍ରୀତି ସୁଦାନ । ଆନ୍ଧ୍ରପ୍ରେଦଶ କ୍ୟାଡରର 1983 ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରୀତି ସୁଦାନ ୟୁପିଏସପିର ନୂଆ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁସାରେ ସେ ଅଗଷ୍ଟ 1 ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ।

ଚନାଅନୁସାରେ, ଆଇଏଏସ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ପୂର୍ବତନ UPSC ଅଧ୍ୟକ୍ଷ ମୋନଦ ସୋନି ଇପ୍ତଫା ଦେଇଥିଲେ ।ଯାହା ପରେ ଏହି ପଦବୀ ଖାଲି ପଡିଥିଲା ଏବେ ପ୍ରୀତି ସୁଦାନଙ୍କୁ ଏହି ଦାୟିତ୍ୱ ମିଳିଛି । ତେବେ ମନୋଜ ସୋନି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ ।
ପ୍ରୀତି ପୂର୍ବତନ ସ୍ୱାସ୍ଥ୍ୟ ସଚିବ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି। 2020ରେ ତାଙ୍କର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ବ୍ୟତୀତ ପ୍ରୀତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ଦାୟିତ୍ୱରେ ଥିଲେ।












Click it and Unblock the Notifications