ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
ପ୍ରୟାଗରାଜରେ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ । ଏୟାରକ୍ରାଫ୍ଟ ହଠାତ୍ ଆକାଶରେ ହଲିବାକୁ ଆରମ୍ଭ କରି ସହର ମଝିରେ ଥିବା ପୋଖରୀରେ ଖସିପଡିଥିଲା ।

ଏହି ଘଟଣା କେପି କଲେଜ ପଛରେ ଥିବା ପୋଖରୀରେ ଘଟିଛି । ସ୍ଥାନୀୟ ଲୋକ ଘଟଣା ବିଷୟରେ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ ଟିମ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିମାନଟି ପାଣିରେ ବୁଡ଼ିବା ପୂର୍ବରୁ ନିୟନ୍ତ୍ରଣ ହରାଇଥିଲା । ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ(NDRF) ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ସ୍ଥଳରେ ଘନ କଳା ଧୂଆଁ ଉଠିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ସହାୟତା ପାଇଁ ଆସିଥିଲେ । ଘଟଣାସ୍ଥଳରେ ବିମାନର ଭଗ୍ନାବଶେଷ ବିସ୍ତାରିତ ହୋଇ ପଡ଼ି ରହିଛି । ତଦନ୍ତ ଚାଲିଥିବାରୁ ବିମାନକୁ ଏପର୍ଯ୍ୟନ୍ତ ବାହାର କରାଯାଇ ନାହିଁ ।












Click it and Unblock the Notifications