ବାୟୁସେନାର ଜାଗୁଆର ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣା, ପାଇଲଟ ମୃତ
ରାଜସ୍ଥାନର ଚୁରୁ ଜିଲାର ରତନଗଡ଼ ସହର ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାନୁଦା ଗାଁ ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯୁଦ୍ଧ ବିମାନଟି ବାୟୁସେନାର ବୋଲି କୁହାଯାଉଛି। ଗାଁ ଲୋକେ ଖଣ୍ଡ ଖଣ୍ଡ ହୋଇ ଏକ ମୃତଦେହ ପାଇଥିବା ଦାବି କରିଛନ୍ତି।
ସୂତ୍ର ଅନୁସାରେ ଭାରତୀୟ ବାୟୁସେନା (IAF)ର ଏକ ଜାଗୁଆର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ପରେ ଲୋକଙ୍କ ଏକ ବିଶାଳ ଭିଡ଼ ଜମିଛି। ଏହା ପୂର୍ବରୁ ବୁଧବାର ରାତିରେ ଗୁଜରାଟର ଜାମନଗର ଜିଲାରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ଜାମନଗରର ସୁବର୍ଣ୍ଣ ରୋଡ ଗାଁ ନିକଟରେ ଘଟିଥିଲା। ଏଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ପରେ ବିମାନଟି ଅନେକ ଖଣ୍ଡ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ଣରେ ବଡ ଶବ୍ଦ ସହ ଲଢୁଆ ବିମାନଟି ତଳେ ପଡି ଜଳୁଥିବା ଅବସ୍ଥାରେ ଲୋକେ ଦେଖିବାକୁ ପାଇଛନ୍ତି । ଚାଷ ଜମିରେ ବିମାନର ଖଣ୍ଡ ଖଣ୍ଡ ଅଂଶ ପଡିଥିବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଦୁଇଟି ମୃତଦେହ ଦେଖିବାକୁ ପାଇଛନ୍ତି । ପୋଲିସ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି ।

ସ୍ଥାନୀୟ ପୋଲିସ ଅନୁଯାୟୀ, ଏ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣା ବିଷୟରେ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ଘଟଣାସ୍ଥଳରେ ଦଳ ସ୍ଥିତିର ଯାଞ୍ଚ କରୁଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡୁଛି ଯେ, ଏହା କୌଣସି ସୈନ୍ୟ ବିମାନ କିମ୍ବା ପ୍ରଶିକ୍ଷଣପ୍ରାପ୍ତ ଏୟାରକ୍ରାଫ୍ଟ ହୋଇପାରେ ବୋଲି କୁହାଯାଉଛି । ମାତ୍ର ବାୟୁସେନା ସହ ଯୋଗାଯୋଗ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ସ୍ଥାନୀୟ ପ୍ରଶାସନ ବାୟୁସେନାର ଅଧିକାରୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି ।












Click it and Unblock the Notifications