Get Updates
Get notified of breaking news, exclusive insights, and must-see stories!

କେମିତି ହୋଇଥିଲା ପ୍ରଥମ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ? ହେଲା ବଡ ଖୁଲାସା

ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା CDS ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ପ୍ରକୃତ ସତ୍ୟ ପଦାକୁ ଆସିଛି । ସାମ୍ନାକୁ ଆସିଥିବା ଏହି ସତ୍ୟ ସଭିଙ୍କୁ ଚକିତ କରିଛି । ୨୦୨୧ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସେ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ୩ ବର୍ଷ ତଳେ ଘଟିଥିଲା ଭୟଙ୍କର ହେଲିକପ୍ଟର କ୍ରାସ୍ । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସ୍ତବ୍ଦ ହୋଇଯାଇଥିଲେ ଦେଶବାସୀ ।

ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପନ ରାୱତଙ୍କ ସମେତ ୧୪ ବୀରଙ୍କୁ ହରାଇଥିଲା ଦେଶ । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ହେଲିକପ୍ଟର ଏନଆଇ୧୭ ଭି୫ ଦୁର୍ଘଟଣା ହୋଇଥିଲା । ୩ ବର୍ଷ ପରେ ଦୁର୍ଘଟଣାର କାରଣ ଜଣାପଡିଛି ।

ପ୍ରତିରକ୍ଷା ଷ୍ଟାଡିଙ୍ଗ୍ କମିଟି ଲୋକସଭାରେ ଦେଇଥିବା ରିପୋର୍ଟ ଅନୁସାରେ ପ୍ଲେନ କ୍ରାସର କାରଣ ଜଣାପଡିଛି । ଦୁର୍ଘଟଣାର କାରଣ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ବୋଲି ରିପୋର୍ଟରେ କୁହଯାଇଛି ।

Gen Rawat

୨୦୨୨ ଜାନୁଆରୀରେ ଭାରତୀୟ ବାୟୁସେନା ଦୁର୍ଘଟଣାର କାରଣ ଖରାପ ପାଣିପାଗ ପାଇଁ ହୋଇଥିବା କୁହାଯାଇଥିଲା । ଆଇଏଏଫ ପ୍ରାରମ୍ଭିକ ତଦନ୍ତ ପରେ ଦୁର୍ଘଟଣାର କାରଣ ଅଣଦେଖା, ଯାନ୍ତ୍ରିକ ତ୍ରୁଟି କିମ୍ବା ଯଡଯନ୍ତ୍ର ବୋଲି କୁହାଯାଇଥିଲା । ବର୍ତ୍ତମାନ ଲୋକସଭାରେ ଷ୍ଟାଡିଙ୍ଗ କମିଟି ଦେଇଥିବା ରିପୋର୍ଟ ଅନୁସାରେ ଦୁର୍ଘଟଣାର କାରଣ ମନୁଷ୍ୟକୃତ ବୋଲି କୁହାଯାଉଛି ।

କମିଟି ଦେଇଥିବା ରିପୋର୍ଟ ଅନୁସାରେ ୨୦୧୭ରୁ ୨୨ ମଧ୍ୟରେ ୩୪ଟି ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଏୟାରକ୍ରୁ, ସର୍ଭିସିଂ, ଟେକ୍ନିକାଲ ଓ ପକ୍ଷୀ ସହ ପିଟି ଦେବା ଭଳି କାରଣ ରହିଛି । କିଛି ଦୁର୍ଘଟଣାର ତଦନ୍ତ ଚାଲିଛି ।

ତେବେ ୨୦୨୧ ଡିସେମ୍ବର ୮ ତାରିଖରେ ହୋଇଥିଲା ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ମନୁଷ୍ୟକୃତ ବୋଲି ରିପୋର୍ଟରେ କୁହାଯାଇଛି । ଦୁର୍ଘଟଣା ପାଇଁ ପାଇଲଟ ଦାୟୀ । ପାଣିପାଗ ହଠାତ୍ ବଦଳିବାରୁ ହେଲିକାପ୍ଟରକୁ ଉଠାଇ ପାରିନଥିଲେ ପାଇଲଟ ଫଳରେ କୁନ୍ନୁର ଏକ ପାହାଡରେ ପିଟି ହୋଇଥିଲା ହେଲିକପ୍ଟର ।

୨୦୨୧ ଡିସେମ୍ବର ୮ରେ ହୋଇଥିଲା ଦୁର୍ଘଟଣା- ସମୟ ପାଖାପାଖି ଅପରାହ୍ନ ୧ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ୧୭ ଭି୫ ଦୁର୍ଘଟଣା ହୋଇଥିଲା । ଏଥିରେ ଦେଶର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ଜଣଙ୍କ ନିଧନ ହୋଇଥିଲା । ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଏୟାର ବେସରୁ ଉଡାଣ ଭରିଥିଲା । ୧୨ଟା୧୫ରେ ଲ୍ୟାଣ୍ଡ କରିବାର ଥିଲା ମାତ୍ର କିଛି ମିନିଟ ପୂର୍ବରୁ ଅର୍ଥାତ ୧୨ଟା୮ରେ ଦୁର୍ଘଟଣା ଘଟିଥିଲା । ଏଥିଲେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ଦେହାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂ ଦୁର୍ଘଟଣାର ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଦୁର୍ଘଟଣାରେ ଜଣେ ଓଡିଆ ବାୟୁସେନା ଅଧିକାରୀ ମଧ୍ୟ ଜୀବନ ହରାଇଥିଲେ ।

୩ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ୩ ବର୍ଷ ପୂର୍ବେ ୮ ଡିସେମ୍ବର ୨୦୨୧ରେ ଘଟିଥିଲା। ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ଏବଂ ୧୨ ଜଣ ସଶସ୍ତ୍ର ବାହିନୀର କର୍ମଚାରୀ ତାମିଲନାଡୁର କୋଏମ୍ବାଟୁର ସୁଲୁର ବାୟୁସେନା ବେସରୁ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟକୁ ମି -17 V5 ହେଲିକପ୍ଟରରେ ଯାତ୍ରା କରୁଥିଲେ। କିନ୍ତୁ ହେଲିକପ୍ଟର ଅବତରଣ କରିବା ପୂର୍ବରୁ ପାହାଡ ସହ ଧକ୍କାଖାଇ ଖସି ପଡିଥିଲା। ଦୁର୍ଘଟଣା ପରେ ହେଲିକପ୍ଟରରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସିଡିଏସ ବିପିନ ରାୱତଙ୍କ ସମେତ ସମସ୍ତ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+