IAF ପକ୍ଷରୁ ଚେନ୍ନାଇର ମାରିନା ବିଚ୍ରେ ଅନୁଷ୍ଠିତ ହେଲା ଏୟାର ଶୋ’
ଚେନ୍ନାଇରେ ଭାରତୀୟ ବାୟୁ ସେନାର ୯୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୭୨ଟି ଯୁଦ୍ଧବିମାନ ଓ ହେଲିକପ୍ଟରର ଚିତ୍ତାକର୍ଷକ ପ୍ରଦର୍ଶନୀ ସହିତ ଆରମ୍ଭ ହୋଇଛି । ୨୧ ବର୍ଷ ପରେ ମାରିନା ସାମୁଦ୍ରିକ ବେଳାଭୂମିରେ ଆୟୋଜିତ ଏହି ଏୟାର ଶୋ'ରେ ଲକ୍ଷାଧିକ ଦର୍ଶକ ଆକାଶମାର୍ଗରେ ଯୁଦ୍ଧବିମାନ ଗୁଡ଼ିକର ଉଡାଣ କୌଶଳ ଉପଭୋଗ କରିଛନ୍ତି ।
ଏହି ଏୟାର ଶୋ'ରେ ଭାରତୀୟ ବାୟୁସେନାର ବିମାନ ଚେତକ, ରାଫେଲ, ଡାକୋଟା, ହରବାର୍ଡ, ଏମ୍ଆଇଜି, ଜାଗୁଆର ଆଦି ଯୁଦ୍ଧକୌଶଳ ପ୍ରଦର୍ଶନ କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ, ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା ବାହିନୀର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଏହି ଚିତ୍ତାକର୍ଷକ ଏୟାର ଶୋ' ପାଇଁ ସହରରେ ୮ ହଜାର ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଚେନ୍ନାଇ ବିମାନବନ୍ଦରରେ ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି ।












Click it and Unblock the Notifications