ସିଧା ମୁଣ୍ଡକୁ ଗୁଳି କରି ଉଡ଼ାଇଦେବୁ”, ସିଙ୍ଗର ବାଦଶାହାଙ୍କୁ ଜୀବନରୁ ମାରିଦେବାକୁ ଧମକ
ବଲିଉଡ୍ରେ ଲୋକପ୍ରିୟ ଗାୟକ ଓ ରାପର୍ ବାଦଶାହଙ୍କ ଅଡୁଆ ଥମୁନାହିଁ । ଗୋଟିଏ ପଟେ ତାଙ୍କ ମୁଣ୍ଡ ଉପରେ ହରିୟାଣା ପୋଲିସର ଗିରଫଦାରୀ ଖଣ୍ଡା ଝୁଲୁଛି । ଅନ୍ୟପକ୍ଷେ, ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ହତ୍ୟା ଧମକ ଦେଇଛି । ରିପୋର୍ଟ ଅନୁସାରେ, ଶନିବାର ପାନିପତରେ ସଂଘଟିତ ଏକ ଗୁଳିକାଣ୍ଡ ମାମଲାରେ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛି ।

ବାଦ୍ଶାହଙ୍କ ପାଇଁ ଜାରି ଏହି ବାର୍ତ୍ତାରେ ଲେଖାଯାଇଛି- ଜୟ ମହାକାଳ, ଜୟ ଶ୍ରୀରାମ । ଆଜି ଅସଂଧ ରୋଡ୍, ପାନିପତରେ ୱେଷ୍ଟର୍ନ ୟୁନିୟନ୍ (ହୱାଲା ବେପାର) ସହ ଜଡ଼ିତ ଗୈରୀ ଓ ଶୈଙ୍କୀଙ୍କ କାର୍ଯ୍ୟାଳୟରେ ଯେଉଁ ଗୁଳିକାଣ୍ଡ ହୋଇଛି, ଆମେ ରନ୍ଦୀପ ମଲିକ ଓ ଅନିଲ ପଣ୍ଡିତ ଏଥିପାଇଁ ନିଜକୁ ଦାୟୀ କରୁଛୁ । ଏମାନେ ହୱାଲା ଜରିଆରେ ଦେଶର ଅର୍ଥ ବିଦେଶକୁ ପଠାଇ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିଲେ । ଆମେ ଉଭୟଙ୍କୁ ଫୋନ୍ କରି ଚେତାବନୀ ଦେଇଥିଲୁ । କିନ୍ତୁ ସେମାନଙ୍କ ମୁଣ୍ଡରେ ପଶିଲା ନାହିଁ । ଆଜିର ଘଟଣା କେବଳ ଟ୍ରେଲର୍, ଫିଲ୍ମ ବାକି ଅଛି । ଯେଉଁମାନେ ହୱାଲା କାମ କରୁଛନ୍ତି, ସମୟ ଥାଉ ଥାଉ ସୁଧୁରି ଯାଆନ୍ତୁ, ନଚେତ୍ ପରିଣାମ ଖରାପ ହେବ ।
ଏହି ଗ୍ୟାଙ୍ଗ୍ ବାଦ୍ଶାହଙ୍କୁ ଧମକ ଦେଇ ଲେଖିଛି- ଗାୟକ ବାଦଶାହ, ତୁ ହରିୟାଣା ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଛୁ । ୨୦୨୪ରେ ତୋର କ୍ଲବ୍ରେ ତୋତେ ଟ୍ରେଲର୍ ଦେଖାଇଥିଲୁ, ଏଥର ସିଧା ତୋର ମଥାରେ ଗୁଳି ମାରିବୁ ।' ଏଥିସହ ପୋଷ୍ଟ୍ରେ ଲରେନ୍ସ ବିଷ୍ଣୋଇ ଗ୍ରୁପ୍କୁ ସଲାମ ଲେଖି ଗ୍ୟାଙ୍ଗ୍ଷ୍ଟରଙ୍କ ନାଁ ମଧ୍ୟ ଲେଖାଯାଇଛି । ବାଦ୍ଶାହ ଏବେ ହରିୟାଣା ଗୀତ ଟଟୀରୀକୁ ନେଇ ଫସିଛନ୍ତି । ହରିୟାଣା ମହିଳା ଆୟୋଗ ଏ ମାମଲାରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଆୟୋଗ ପୁଲିସକୁ ନିର୍ଦ୍ଦେଶ ଦେଇଛି, ବାଦ୍ଶାହ ଯାଞ୍ଚରେ ସହଯୋଗ ନ କଲେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ।
-
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା -
ଅଶାନ୍ତ ମଧ୍ୟପ୍ରାଚ୍ୟ; ୧୧ଟି ଦେଶକୁ ବିମାନ ଯାତ୍ରା କରନାହିଁ: DGCAର ଆଡଭାଇଜରି ପରେ.... -
ଭାରତରେ ମହଙ୍ଗା ହେଲା ଜରୁରୀ ଔଷଧ, ସରକାରଙ୍କୁ ରିପୋର୍ଟ ପଠାଇଲା ଔଷଧ ସଂଗଠନ -
ଭାରତରେ ପହଁଚିଲା 'ଜଗ୍ ଲାଡକୀ', ଆଣିଛି ଅଶୋଧିତ ତୈଳ -
ବାହୁବଲୀ ନେତା ଅନନ୍ତ ସିଂଙ୍କୁ ମିଳିଲା ଜାମିନ -
ଷ୍ଟକ୍ ମାର୍କେଟ୍ କ୍ରାସ୍; ନିବେଶକଙ୍କ ୧୧ ଲକ୍ଷ କୋଟି ଗୋଲ୍ -
ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା










Click it and Unblock the Notifications