ସନାତନ ଧର୍ମ ବିରୋଧରେ କହିବା ଜାରି ରଖିବି: ଉଦୟନିଧି ଷ୍ଟାଲିନ
ତାମିଲନାଡୁ: 'ସନାତନ ଧର୍ମ ବିରୋଧୀ' ବୟାନ ଦେଇ ଚର୍ଚ୍ଚାରେ ଥିବା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସୋମବାର ଦିନ କହିଛନ୍ତି ଯେ, ସେ ସନାତନ ଧର୍ମ ବିରୋଧରେ କହିବା ଜାରି ରଖିବେ । ସେ କହିଛନ୍ତି ଯେ, ଗତକାଲି ମୁଁ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମ ବିଷୟରେ କହିଥିଲି। ମୁଁ ଯାହା କହିଥିଲି ତାହାକୁ ବାରମ୍ବାର ପୁନରାବୃତ୍ତି କରିବି ... ମୁଁ କେବଳ ହିନ୍ଦୁମାନଙ୍କୁ ନୁହେଁ, ଯିଏ ବି ଜାତିଗତ ପାର୍ଥକ୍ୟ ସୃଷ୍ଟି କରୁଛି ତାହାର ନିନ୍ଦା କରିବି ।

Thoothukudi, Tamil Nadu | Tamil Nadu Minister Udhayanidhi Stalin says, “Day before yesterday I spoke at a function about it (Sanatana Dharma). Whatever I said, I'll repeat the same thing again and again...I included all the religions and not just Hindus...I spoke condemning the… pic.twitter.com/kpY13KBIZd
— ANI (@ANI) September 4, 2023
ବାସ୍ତବରେ, ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ଯେ ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୁଦ୍ଧରେ। ଏପରିକି ଏହାକୁ ରଦ୍ଦ କରାଯିବା ଉଚିତ ବୋଲି ସେ କହିଛନ୍ତି। ସେ ସନାତନ ଧର୍ମକୁ କରୋନା ଜୀବାଣୁ, ମ୍ୟାଲେରିଆ, ଡେଙ୍ଗୁ ଜୀବାଣୁ ଏବଂ ମଶା ଦ୍ୱାରା ବ୍ୟାପୁଥିବା ଜ୍ୱର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଏହାକୁ ବିରୋଧ ନୁହେଁ ବରିଂ ଧ୍ୱଂସ କରାଯିବା ଉଚିତ୍ । ସେ ଏପରି କହିବା ପେର ବିବାଦ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଅନେକ ରାଜନୈତିକ ଦଳ ପର୍ଯ୍ୟନ୍ତ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ଏଥି ସହ ଭେଟେରାନ କଂଗ୍ରେସ ନେତା କରଣ ସିଂ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।












Click it and Unblock the Notifications