ଦେଶରେ ହେଉଥିବା ସଡ଼କ ଦୁର୍ଘଟଣାକୁ ନେଇ ଏମିତି କିଛି କହିଦେଲେ ଗଡକରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଲୋକ ସଭାରେ କହିଛନ୍ତି ଯେ ସଡ଼କ ଦୁର୍ଘଟଣା ସମ୍ପର୍କରେ ଭାରତର ରେକର୍ଡ ଏତେ ଖରାପ ଯେ ଏହାକୁ ବିଶ୍ୱ ସମ୍ମିଳନୀରେ ଲୁଚାଇବାକୁ ପଡୁଛି। ଗୃହରେ ପ୍ରଶ୍ନ କାଳ ସମୟରେ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେଉଥିବାବେଳେ ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟର ସମସ୍ତ ଉଦ୍ୟମ ସତ୍ତ୍ୱେ ସଡ଼କ ଦୁର୍ଘଟଣା କମିନାହିଁ ବରଂ ବୃଦ୍ଧି ପାଇଛି।

ଗଡକରୀ କହିଛନ୍ତି, 'ଯେପର୍ଯ୍ୟନ୍ତ ସମାଜର ସମର୍ଥନ ନହୁଏ ସେପର୍ଯ୍ୟନ୍ତ ମାନବୀୟ ଆଚରଣରେ ପରିବର୍ତ୍ତନ ହୁଏ ନାହିଁ ଏବଂ ଆଇନର ଭୟ ନଥାଏ, ସଡ଼କ ଦୁର୍ଘଟଣାକୁ ରୋକାଯାଇପାରିବ ନାହିଁ। ତାଙ୍କ କହିବାନୁସାରେ, ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ପ୍ରତିବର୍ଷ ଏଭଳି ଦୁର୍ଘଟଣାରେ ୧.୭ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।

ସେ କହିଛନ୍ତି ଯେ ଏତେ ସଂଖ୍ୟକ ଲୋକ ଯୁଦ୍ଧରେ କିମ୍ବା କୋଭିଡରେ କିମ୍ବା ଦଙ୍ଗାରେ ମରନ୍ତି ନାହିଁ। ସେ କହିଥିଲେ, 'ଯେତେବେଳେ ମୁଁ ବିଶ୍ୱ ସମ୍ମିଳନୀକୁ ଯାଏ, ମୁଁ ମୁହଁ ଲୁଚାଇଥାଏ। ଆମର ମଇଳା ରେକର୍ଡ (ଦୁର୍ଘଟଣା) ପାଇଁ। ସଡ଼କ ଦୁର୍ଘଟଣାକୁ ରୋକିବା ଏବଂ ପରିବହନ ବିଭାଗ ସହାୟତାରେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ସାଂସଦମାନଙ୍କୁ କହିଥିଲେ।

Nitin Gadkari

ଗଡକରୀଙ୍କ ଅନୁଯାୟୀ, ନୀତି ଆୟୋଗ ରିପୋର୍ଟ କରିଛନ୍ତି ଯେ ଜୀବନ ରକ୍ଷାକାରୀ ଚିକିତ୍ସା ନ ପାଇ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ମଧ୍ୟରୁ ୩୦ପ୍ରତିଶତଙ୍କର ମୃତ୍ୟୁ ହେଉଛି। ସେ କହିଛନ୍ତି, ଚିକିତ୍ସା ପାଇଁ ଏକ କ୍ୟାସଲେସ ବା ନଗଦବିହୀନ ଯୋଜନା ଅଣାଯାଇଛି। ଏହି ପାଇଲଟ ପ୍ରକଳ୍ପ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଛି, ଏହା ପରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ।

ଦେଶରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯେଉଁ ଦେଶରେ ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ, ସେହି ଦେଶର ନାମ ହେଉଛି ଭାରତ। ଆମେ ଏହାକୁ ଉନ୍ନତ କରୁଛୁ । ଲୋକ ସଭା ବାଚସ୍ପତି ଓମ ବିର୍ଲା ସଦସ୍ୟମାନଙ୍କୁ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ତଥା ସମାଜକୁ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+