ବଢିଲା ସିଏମ୍ ହେମନ୍ତ ସୋରେନଙ୍କ ଚିନ୍ତା: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ !, ୧୭ଟି ସ୍ଥାନରେ ରେଡ୍

Ranchi News: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତା ସୁନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆୟକର ବିଭାଗ । ସୂଚନା ଅନୁଯାୟୀ, ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ସହ ଜଡିତ ମୋଟ 16-17 ସ୍ଥାନ ଉପରେ ଆୟକର ବିଭାଗ ଚଢାଉ କରିଛି ।

CM Hemant Soren

ସୂଚନା ଅନୁସାରେ, ରାଞ୍ଚିର 7ଟି ସ୍ଥାନରେ ଏବଂ ଜାମସେଦପୁରର 9 ଟି ସ୍ଥାନରେ ରେଡ୍ କରାଯାଇଛି । ଏଥିରେ ଜାମସେଦପୁରର ଅଞ୍ଜାନିଆ ଇସ୍ପାତ୍ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଇ କରାଯାଇଛି। ବର୍ତ୍ତମାନ ଏନେଇ ଅଧିକ କିଛି ସୂଚନା ଜାରି କରାଯାଇ ନାହିଁ ।

ଏହାପୂର୍ବରୁ ଅକ୍ଟୋବର 26 ରେ ଆୟକର ବିଭାଗ ବିଧାନସଭା ନିର୍ବାଚନ ସମୟରେ ହାୱାଲା ମାଧ୍ୟମରେ ଟଙ୍କା କାରବାର ସମ୍ପର୍କରେ ସୂଚନା ଆଧାରରେ ରାଞ୍ଚି, ଜାମସେଦପୁର, ଗିରିଡିହ ଏବଂ କୋଲକାତାର କିଛି ସ୍ଥାନରେ ଚଢାଇ କରାଯାଇଥିଲା । ଏହି ଅବଧିରେ ଆୟକର ବିଭାଗ 150 କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତି ଏବଂ ହାୱାଲା ବ୍ୟବସାୟୀଙ୍କ ନିକଟରୁ ନିବେଶ ସହ ଜଡିତ ଦସ୍ତାବିଜ ଜବତ କରିଥିଲା। ସେହିପରି ଅକ୍ଟୋବର 14 ରେ ଇଡି ଟିମ୍ ହେମନ୍ତ ସୋରେନଙ୍କ ସରକାର ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ଘରେ ରେଡ୍ କରାଯାଇଥିଲା । ଉକ୍ତ ସମୟରେ 20 ଟି ସ୍ଥାନ ଉପରେ ଚଢାଉ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+