୭୦ ଲକ୍ଷ ଟଙ୍କା ଲା ଞ୍ଚ ନେବା ବେଳେ ଇନକମ୍ ଟ୍ୟାକ୍ସ କମିଶନରଙ୍କୁ ଗିରଫ କଲା ସିବିଆଇ
ଇନକମ୍ ଟ୍ୟାକ୍ସର ଜଣେ ଅଧିକାରୀଙ୍କୁ ୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବାନ୍ଧିଛି ସିବିଆଇ। ଏକ ଘରୋଇ କମ୍ପାନୀର ଆବେଦନକୁ ବେଆଇନ ଭାବେ ତାଙ୍କ ସପକ୍ଷରେ କରିବାକୁ ଆୟକର ବିଭାଗର କମିଶନର ନେଉଥିଲେ ଲାଞ୍ଚ। ଏହି ଅଭିଯୋଗ ଆଧାରରେ ମେ ୯ ତାରିଖ ଦିନ ଏକ FIR ପଞ୍ଜିକୃତ ହୋଇଥିଲା। ପରେ ସିବିଆଇ ଏହି ସ୍କାମର ପର୍ଦ୍ଦାଫାସ କରିଥିଲା।
୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ହାଇଦ୍ରାବାଦ ଆୟକର କମିଶନର ଜୀବନ ଲାଲ ଲାଭିଡିଆ ଏବଂ ଅନ୍ୟ ଚାରି ଜଣଙ୍କୁ ସିବିଆଇ ଗିରଫ କରିଛି। ପାଲୋନଜି ଗ୍ରୁପ୍ ସପକ୍ଷରେ ଏକ ଆବେଦନର ସମାଧାନ ପାଇଁ ତାଙ୍କ ଉପରେ ୭୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।
ତଦନ୍ତକାରୀ ସଂସ୍ଥା ମୁମ୍ବାଇ, ହାଇଦ୍ରାବାଦ, ଖମ୍ମମ୍, ବିଶାଖାପାଟଣା ଏବଂ ନୂଆଦିଲ୍ଲୀର ୧୮ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା। ଲାଞ୍ଚ ପରିମାଣ ବ୍ୟତୀତ, ପ୍ରାୟ ୬୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।

ସିବିଆଇ ଅନୁଯାୟୀ, ଶାହା ଲାଭିଡିଆଙ୍କୁ ଲାଞ୍ଚ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଲାଭିଡିଆ ହାଇଦ୍ରାବାଦର ପ୍ରିନ୍ସିପାଲ ଚିଫ୍ କମିଶନର ଅଫ୍ ଇନକମ ଟ୍ୟାକ୍ସଙ୍କ କାର୍ଯ୍ୟାଳୟ ଅଧୀନରେ ଇନକମ ଟ୍ୟାକ୍ସ କମିଶନରର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ।












Click it and Unblock the Notifications