ନିଜକୁ ନିଜେ ପ୍ରଶଂସାରେ ପୋତି ପକାଇଲେ କେଜ୍ରିୱାଲ୍, ମୋତେ ନୋବେଲ ପ୍ରାଇଜ୍.....
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ସୁଶାସନ ପାଇଁ ମୋତେ ନୋବେଲ ପୁରସ୍କାର ମିଳିବା ଦରକାର। କେଜ୍ରିଓ୍ବାଲ କହିଛନ୍ତି, ଏଲଜି ରୋକିବା ପରେ ମଧ୍ୟ ସେ ଯେତେ କାମ କରିଥିଲେ ସେଥିପାଇଁ ପରେ ଶାସନ ଓ ପ୍ରଶାସନ ତାଙ୍କୁ ନୋବେଲ ପୁରସ୍କାର ଦେବା ଦରକାର। କେଜ୍ରିଓ୍ବାଲ ଏହା ପୂର୍ବରୁ ନିଜର ଦୁଇ ଘନିଷ୍ଠ ସାଥୀ ମନିଷ ସିଂସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଭାରତ ରତ୍ନ ଦାବି କରିସାରିଛନ୍ତି। ଏହା ହୁଏତ ପ୍ରଥମ ଥର ଯେତେବେଳେ ସେ ନିଜକୁ ଏଭଳି କୌଣସି ପୁରସ୍କାର ପାଇଁ ହକଦାର ବୋଲି କହିଛନ୍ତି।

ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଜୈସମିନ୍ ଶାହଙ୍କ ପୁସ୍ତକ 'କେଜ୍ରିଓ୍ବାଲ ମଡେଲ'କୁ ପଞ୍ଜାବୀ ଭାଷାରେ ଲଞ୍ଚ କରାଯାଇଛି। ପଞ୍ଜାବ ମୋହାଲି କଲକଟ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିଓ୍ବାଲ ଜଣେ ପ୍ରଶାସକରୁ ନେତା ହେବାର ନିଜର କାହାଣୀ ଶୁଣାଇଥିଲେ ଓ ଦିଲ୍ଲୀରେ ତାଙ୍କ ସରକାରଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟର ଚର୍ଚ୍ଚା କରିଛନ୍ତି। ସେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କ ସରକାରରେ ହୋଇଥିବା କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି।












Click it and Unblock the Notifications