ଏହି କାରଣରୁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi Delhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ବେଙ୍ଗାଲୁରୁରେ ଚନ୍ଦ୍ରଯାନ-3 ମିଶନ ପାଇଁ ISRO ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ପରେ ଦିଲ୍ଲୀରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀରେ ସ୍ୱାଗତ କରିବାକୁ ବିଜେପି ସଭାପତି ଜେ.ପି ନାଡ୍ଡା ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଯାନ -3 ର ସଫଳତା ବିଷୟରେ କହିବା ସହ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଥିଲେ।

pm modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 'ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିବାକୁ ଯାଉଛି। ଦିଲ୍ଲୀରେ ଜି -20 ଦେଶର ସମ୍ମିଳନୀ ଆୟୋଜିତ ହେବ । ଏହି ସମୟରେ ଦିଲ୍ଲୀର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସେଥିପାଇଁ ମୁଁ ଆଗୁଆ ଦିଲ୍ଲୀବାସୀଙ୍କୁ କ୍ଷମା ମାଗୁଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆସନ୍ତା ମାସରେ ଦିଲ୍ଲୀରେ G-20 ସମ୍ମିଳନୀ ଅନୁଷ୍ଠିତ ହେବା ପାଇଁ ଯାଉଛି । ସମଗ୍ର ଭାରତ ଏହି ବୈଠକ ପାଇଁ ଉତ୍ସାହିତ ଅଛି । ଏହି ବୈଠକରେ ଅନେକ ଦେଶର ଅତିଥିମାନେ ସାମିଲ ହେବେ । ଯେଉଁଥି ପାଇଁ ୩ ଦିନ ବନ୍ଦ ରହିବ ଦିଲ୍ଲୀ । ଏହି ସମୟରେ ଟ୍ରାଫିକ୍ ବ୍ୟବସ୍ଥା ବଦଳିଯିବ, କିଛି ସ୍ଥାନକୁ ଯିବା ପାଇଁ ବାରଣ କରାଯିବ ଏଥି ସହିତ ଗାଡ଼ି ଚଳାଚଳ ଉପରେ ମଧ୍ୟ ରୋକ ଲଗାଯିବ । ଆଗକୁ ହେବା ପାଇଁ ଯାଉଥିବା ଏହି ବଡ଼ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆଗୁଆ ଦିଲ୍ଲୀବାସୀଙ୍କୁ ଅବଗତ କରାଇବା ସହ ସେ ମାନଙ୍କ ଅସୁବିଧା ପାଇଁ ଆଗୁଆ କ୍ଷମା ପ୍ରାର୍ଥନ କରିଛନ୍ତି ।

ଜି -20 ସମ୍ମିଳନୀ 9-10 ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଦିଲ୍ଲୀ 8-10 ସେପ୍ଟେମ୍ବର ମଧ୍ୟରେ ବନ୍ଦ ରହିବ। ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ସେପ୍ଟେମ୍ବର 8 ରୁ 10 ପର୍ଯ୍ୟନ୍ତ, ସ୍କୁଲ-କଲେଜ, ଅଫିସ୍, ବଜାର ଠାରୁ ଆରମ୍ଭ କରି ଅନେକ ଜିନିଷ ଦିଲ୍ଲୀରେ ବନ୍ଦ ରହିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ର କାର୍ଯ୍ୟାଳୟ ମଧ୍ୟ ଏହି ତିନି ଦିନ ପାଇଁ ବନ୍ଦ ରହିବ । ଏହି ତିନି ଦିନିଆ ଛୁଟିଦିନରେ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ରୀୟ ସଚିବାଳୟ ସମେତ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି । ଛୁଟିଦିନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଭାରୀ ଯାନଗୁଡିକ ମଧ୍ୟ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+