ବ୍ୟବସାୟର ଚାଣକ୍ୟ ଥିଲେ ରତନ ଟାଟା, ମୁକେଶ ଅମ୍ବାନୀ କହିଲେ ମୁଁ ଜଣେ ବନ୍ଧୁଙ୍କୁ ହରାଇଲି...

Mukesh Ambani's Emotional Post: ଭେଟେରାନ ଶିଳ୍ପପତି ରତନ ଟାଟା ଦେହାନ୍ତ ହୋଇଛି । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା 86 ବର୍ଷ ବୟସରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗତକାଲି ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ରାତି 11.30 ରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ତାଙ୍କ ଦେହାନ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ରତନ ଟାଟାଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଜଣେ ବନ୍ଧୁଙ୍କୁ ହରାଇଲି । ରତନ ଟାଟାଙ୍କ ଦେହାନ୍ତରେ ରିଲାଏନ୍ସ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, "ଏହା ଦେଶ ପାଇଁ ଏକ ଦୁଃଖଦ ଦିନ। ତାଙ୍କର ମୃତ୍ୟୁ କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଛି ବୋଲି ମଧ୍ୟ କହିଛନ୍ତି ମୁକେଶ ଅମ୍ବାନୀ । ସେ ମୋତେ ପ୍ରେରଣା ଦେଉଥିଲେ ଏବଂ ପ୍ରତ୍ୟେକ ସଭାରେ ମୋତେ ନୂତନ ଶକ୍ତି ପ୍ରଦାନ କରୁଥିଲେ ।

Ratan Tata

ସେହିପରି ମୁକେଶ ଅମ୍ବାନୀ ଆହୁରି କହିଛନ୍ତି, ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ ଏବଂ ବ୍ୟବସାୟର ଚାଣକ୍ୟ ଥିଲେ। ସେ ସର୍ବଦା ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ। "ତାଙ୍କ ବିୟୋଗରେ ଦେଶ ନିଜର ଦୟାଳୁ ପୁଅକୁ ହରାଇଛି। ଟାଟା ସମଗ୍ର ବିଶ୍ୱ ସାମ୍ନାରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ସେ ଦୁନିଆର ଭଲ ଜିନିଷକୁ ଭାରତକୁ ଆଣିଥିଲେ। ସେ ଟାଟା ପରିବାରକୁ ସଂସ୍ଥାପିତ କରିଥିଲେ। 1991 ରେ ସେ ନେଇଥିଲେ ଟାଟା ଗ୍ରୁପର ଦାୟିତ୍ୱ ନେଇଥିଲେ ଯାହା ପରେ ବ୍ୟବସାୟ 70 ଗୁଣ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ତୁମେ ସବୁବେଳେ ମୋ ହୃଦୟରେ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+