ମୁଁ ନିଶ୍ୱାସ ନେଇପାରୁ ନାହିଁ, ଦୟାକରି ମୋତେ ଛାଡିଦିଅ" .. ପୁଣି କଳା ଗୋରା ଭେଦ ଭାବ ନେଲା କୃଷ୍ଣକାୟଙ୍କ ଜୀବନ
ୱାଶିଂଟନ୍: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଚାଲିଗଲା କଳା ଲୋକଙ୍କ ଜୀବନ । କୃଷ୍ଣକାୟ ବ୍ୟକ୍ତି ଜଣଙ୍କ ଚିତ୍କାର କରି କହିଥିଲେ ଯେ ଦୟାକରି ମୋତେ ଛାଡ଼ିଦିଅ, ମୁଁ ନିଶ୍ୱାସ ନେଇପାରୁ ନାହିଁ, କିନ୍ତୁ ଏହା ସତ୍ତ୍ୱେ ଆମେରିକୀୟ ବ୍ୟକ୍ତିଙ୍କର କରୁଣ ଚିକ୍ତର ଶୁଣି ନଥିଲେ | ସୋସିଆଲ ମିଡିଆରେ ଘଟଣାର ଭିଡିଓ ପଦାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଧିକାରୀମାନେ ଜଣେ କୃଷ୍ଣଙ୍କୁ ଭୂମିରେ ବଶୀଭୂତ କରୁଥିବା କ୍ୟାମେରା ଫୁଟେଜ୍ ପ୍ରକାଶ ପାଇବା ପରେ ଓହିଓ ପୋଲିସ୍ ସଂସ୍ଥା ତୀବ୍ର ତଦାରଖ କରିଛି।

ଆମେରିକାର ଓହିୟୋ ସହରରେ ଏପରି ଏକ ଅସମ୍ବେଦନଶୀଳ ଘଟଣା ଘଟିଛି। ଓହିଓ ପୁଲିସ୍ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ବଡ଼ି-କ୍ୟାମେରା ଫୁଟେଜରେ ଦେଖିବାକୁ ମିଳୁଛି, ପୁଲିସ୍ କର୍ମୀ ଫ୍ରାଙ୍କ ଟାୟସନ ନାମକ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଯାଉଛନ୍ତି। ଏକ କାର୍ ଦୁର୍ଘଟଣା ଘଟାଇ ଟାୟସନ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା।
ଓହିଓ ପୁଲିସ୍ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ୩୬ ମିନିଟ୍ର ଭିଡିଓରେ ଦେଖିବାକୁ ମିଳୁଛି, ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଟ୍ରୋଲିଂ ଅଫିସର ତାହା ନିକଟକୁ ଯାଉଛନ୍ତି। ଏହା ଦେଖି କାର୍ ଡ୍ରାଇଭର ଟାୟସନ ନିକଟସ୍ଥ ବାର୍ରେ ପଶି ଯାଇଥିଲେ। ଏହାପରେ ପୁଲିସ୍ କର୍ମୀ ସେଠାରେ ପହଞ୍ଚିଥିଲେ।
ପୁଲିସ୍ ତାଙ୍କୁ ସେଠାରେ କାବୁ କରିବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ହୋଇଥିଲା। ଏହାପରେ ପୁଲିସ୍ ଅଧିକାରୀ ଟାୟସନଙ୍କୁ ଚଟାଣରେ ମୁହଁ ମାଡ଼ି ପକାଇ ଦେଇ ତାଙ୍କ ହାତରେ ହାତକଡ଼ି ପିନ୍ଧାଇଥିଲେ। ଏହି ସମୟରେ ଜଣେ ପୁଲିସ୍ କର୍ମୀ ଟାୟସନଙ୍କ ବେକ ଉପରେ ଆଣ୍ଠୁ ମାଡ଼ି ରଖିଥିଲେ। ଫଳରେ ନିଃଶ୍ୱାସ ନେଇ ପାରୁନି ଓ ବେକ ବୁଲାଇ ପାରୁନି ବୋଲି ଟାୟସନ ଚିତ୍କାର କରି କହିଥିଲେ ମଧ୍ୟ ପୁଲିସ୍ କର୍ମୀ କିଛି ଶୁଣି ନ ଥିଲେ। ଏପରିକି ତୁମେ ଠିକ୍ ଅଛ, କିଛି ହୋଇନି ବୋଲି କହିଥିଲେ।












Click it and Unblock the Notifications