ଅତିକ୍ ଅହମ୍ମଦ ପରି ମୋ ଉପରେ ବି ହୋଇପାରେ ଆକ୍ରମଣ:ସମୀର ୱାଙ୍ଖଡେ

Sameer Wankhede: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାରେ ଆଜିକାଲି ସିବିଆଇର ରାଡରରେ ଅଛନ୍ତି । ବର୍ତ୍ତମାନ ସମୀର ୱାଙ୍ଖଡେଙ୍କର ଏକ ବୟାନକୁ ନେଇ ଚହଳ ସୃଷ୍ଟି ହୋଇଛି । ସେ କହିଛନ୍ତି, ତାଙ୍କୁ ଉତ୍ତରପ୍ରଦେଶର ମାଫିଆ ନେତା ଆତିକ ଅହମ୍ମଦଙ୍କ ଭଳି ଆକ୍ରମଣ ମଧ୍ୟ କରାଯାଇପାରେ ।
ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ କହିଛନ୍ତି, 'ମୋତେ ଏବଂ ମୋ ପତ୍ନୀଙ୍କୁ ଗତ 04 ଦିନ ଧରି ସୋସିଆଲ ମିଡିଆରେ ଧମକ ଓ ଅଶ୍ଳୀଳ ମ୍ୟାସେଜ୍ ଆସୁଛି । ସେ ଆହୁରି କହିଛନ୍ତି, 'ମୁଁ ଆଜି ମୁମ୍ବାଇ ପୋଲିସ କମିଶନରଙ୍କୁ ଏ ନେଇ ଅବଗତ କରିବି ଏବଂ ଲେଖିବି ଏବଂ ବିଶେଷ ସୁରକ୍ଷା ପାଇଁ ଦାବି କରିବି' ।
ସୂଚନା ଅନୁସାରେ, ସମୀର ୱାଙ୍ଖଡେ ତାଙ୍କ ପତ୍ନୀଙ୍କୁ ସୋସିଆଲ ମିଡିଆ ଯେପରିକି ଇନଷ୍ଟାଗ୍ରାମ, ଟ୍ୱିଟରରେ କ୍ରମାଗତ ଭାବରେ ଧମକ ଦିଆଯାଉଛି । ସୂଚନାଥାଉ ଯେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତା ଭାଇ ଅଶରଫ ଅହମ୍ମଦକୁ 15 ଏପ୍ରିଲ 2023ରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଥିଲା ।
ସମୀର ୱାଙ୍ଖଡେ କହିଛନ୍ତି,'ମୁଁ ସିବିଆଇ ତଦନ୍ତରେ ସହଯୋଗ କରୁଛି । ମୋର ସୁରକ୍ଷା ସମ୍ପର୍କରେ ମୁଁ ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖିବାକୁ ଯାଉଛି। ମୋତେ ଉପଯୁକ୍ତ ସୁରକ୍ଷା ଦିଆଯାଉ ନାହିଁ । ମୋ ବିରୋଧରେ ଏକ ମିଥ୍ୟା ଅଭିଯୋଗ ହୋଇଛି। ଯେତେବେଳେ କୋର୍ଟ ସ୍ଥଗିତ ରଖାଗଲା ସେତେବେଳେ ଏହି ମାମଲା କିପରି ଘଟିଲା ଜାଣିପାରୁ ନାହିଁ ।
ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମୁକ୍ତ କରିବା ପାଇଁ ସମୀର ୱାନକେଡେଙ୍କୁ 25 କୋଟି ଟଙ୍କା ଲାଞ୍ଚ ମାଗିଥିବା ସିବିଆଇ ଅଭିଯୋଗ କରିଛି । ଏହି ମାମଲାରେ, ମଇ 21 ରବିବାର ଦିନ ସିବିଆଇ ସମୀର ୱାଙ୍ଖଡେଙ୍କୁ ପ୍ରାୟ 3 ଘଣ୍ଟା ପଚରାଉଚରା କରିଥିଲା। ସେପଟେ ୱାଙ୍ଖଡେ ନିର୍ଦ୍ଦୋଷ ବୋଲି ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।












Click it and Unblock the Notifications