'IC 814' ୱେବ ସିରିଜକୁ ନେଇ ବିବାଦ, ନେଟଫ୍ଲିକ୍ସ କଣ୍ଟେଣ୍ଟ ହେଡଙ୍କୁ ଜାରି ହେଲା ସମନ

ମୁମ୍ବାଇ: ୧୯୯୯ରେ ହୋଇଥିବା କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ନିର୍ମାଣ ହୋଇଛି ୱେବ୍ ସିରିଜ୍। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ୱେବ୍ ସିରିଜ୍ ନିର୍ମାଣ ହୋଇଥିବା ବେଳେ ଏବେ ଏହି ୱେବ୍ ସିରିଜକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାମକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।

ଏହି ବିବାଦ ଜୋର ଧରିବାରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଟଫ୍ଲିକ୍ସର କଣ୍ଟେଣ୍ଟ ହେଡ୍‌ଙ୍କୁ ସମନ କରିଛନ୍ତି। ଏଥିସହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସ୍ପଷ୍ଟିକରଣ ମଗାଯାଇଛି। ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ପ୍ରାୟ ୨୫ ବର୍ଷ ପରେ ଏହି ଘଟଣାକୁ ପରଦା ଉପରକୁ ଆଣିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା। ନେଟଫ୍ଲିକ୍ସରେ ୱେବ ସିରିଜ 'IC814' ନାମରେ ଏହା ଖୁବ୍‌ ଶୀଘ୍ର ପରଦା ଉପରକୁ ଆସୁଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ବିବାଦ ।

ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆଇସି-୮୧୪ ଡିସେମ୍ବର ୧୯୯୯ରେ ହୋଇଥିବା ବାସ୍ତବିକ ଘଟଣା ଉପରେ ଆଧାରିତ। ନେପାଳର କାଠମାଣ୍ଡୁରୁ ନୂଆ ଦିଲ୍ଲୀ ଉଡାଣ କରିଥିବା ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ ନମ୍ବର ଆଇସି-୮୧୪କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ଏହି ବିମାନ ଅପହରଣ କାଣ୍ଡରେ ଯାତ୍ରୀଙ୍କ ଜୀବନ ବଦଳେ ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ଦାବି ସ୍ୱୀକାର କରିବାକୁ ପଡିଥିଲା।

IC 814-The Kandahar Hijack

ଅପହରଣକାରୀମାନେ ଘଟଣାକାଳରେ ସେମାନଙ୍କ ବାସ୍ତବ ନାମ ବଦଳେ କୋଡ ନେମ ବର୍ଗର, ଚିଫ, ଶଙ୍କର ଓ ଭୋଲା ଆଦି କୋଡ ନେମ ବ୍ୟବହାର କରୁଥିଲେ। ଏଣୁ ଦର୍ଶକ ସୋସିଆଲ ମିଡିଆରେ ଆତଙ୍କବାଦୀଙ୍କ ବାସ୍ତବ ନାମ ଲୁଚେଇବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରୁଛନ୍ତି। ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ବିରୋଧ କରାଯାଉଥିବା ବେଳେ ଲୋକେ ସୋସିଆଲ ମିଡିଆରେ 'ବୟକଟ୍' ହାସ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି।

ଆଇସି ୮୧୪ ୱେବସିରିଜରେ ଅପହରଣକାରୀମାନେ ନିଜର ପ୍ରକୃତ ନାଁ ବଦଳରେ କୋଡ୍ ନେମ୍ ବ୍ୟବହାର କରୁଛନ୍ତି । ଆତଙ୍କବାଦୀମାନଙ୍କୁ ସିରିଜରେ ବର୍ଗର, ଚିଫ୍‌, ଡକ୍ଟର, ଶଙ୍କର ଓ ଭୋଲା ନାଁରେ ନାମିତ କରାଯାଇଛି । ମୁସଲିମ ଆତଙ୍କବାଦୀଙ୍କୁ ହିନ୍ଦୁ ନାଁ କାହିଁକି ଦିଆଯାଇଛି ବୋଲି ମଧ୍ୟ ଅନେକ ଆପତ୍ତି ଉଠାଇଛନ୍ତି । ଏଥିପାଇଁ ନେଟଫ୍ଲିକ୍ସ ସମେତ ୱେବସିରିଜର ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କୁ ସୋସିଆଲ ମିିଡିଆରେ କଡା ସମାଲୋଚନା କରାଯାଉଛି । ଏହି ବିବାଦରେ ବିଜେପିର ବି ଏଂଟ୍ରି ହୋଇଛି । ନିର୍ଦ୍ଦେଶକ ଅନୁଭବ ସିହ୍ନା ଜାଣିଶୁଣି ଆତଙ୍କବାଦୀଙ୍କ ମୁସଲିମ ପରିଚୟ ହିନ୍ଦୁ ନାଁ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+