କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଂଜନ

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । "ମୋର ଭୁଲ ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଆପଣଙ୍କୁ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି,"।

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । "ମୋର ଭୁଲ ମନ୍ତବ୍ୟ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ଆପଣଙ୍କୁ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି," ରାଷ୍ଟ୍ରପତିଙ୍କୁ ତାଙ୍କ ଚିଠି ମାଧ୍ୟମରେ ଲେଖିଛନ୍ତି ଅଧିର ରଞ୍ଜନ ।

Adhir raanjan
ରାଷ୍ଟ୍ରପତିଙ୍କୁ 'ରାଷ୍ଟ୍ରପତ୍ନୀ' କହି ବିବାଦରେ ଫସିଥିଲେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ । ଏହା ପରେ ତାଙ୍କ ପାଇଁ ଅଡୁଆ କ୍ରମଶଃ ବଢିବାରେ ଲାଗିଥିଲା । ସଂସଦରୁ ଆରମ୍ଭ ହୋଇ ସାରା ଦେଶରେ ପ୍ରତିବାଦ ସହ କଂଗ୍ରେସ କ୍ଷମା ମାଗିବା ପାଇଁ ଦାବି ହୋଇଥିଲା । ଏହି ଘଟଣାରେ ଅଧୀରଙ୍କୁ ସମନ ଜାରି କରିଛି ଜାତୀୟ ମହିଳା କମିଶନ । ଅଗଷ୍ଟ 3ତାରିଖ ପୂର୍ବାହ୍ନରେ ଆୟୋଗର ମହିଳା ପ୍ୟାନେଲ ସମ୍ମୁଖରେ ହାଜର ହୋଇ ଉତ୍ତର ରଖିବାକୁ କମିଶନ କହିଛି ।

letter
ବିଜେପି ସିଧାସଳଖ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା । ଅନ୍ୟପଟେ ଏହାକୁ ସମଗ୍ର ଆଦିବାସୀ ସମ୍ପ୍ରଦାୟ ଓ ନାରୀଜାତିର ଅପମାନ ଦର୍ଶାଇ ବିଭିନ୍ନ ରାଜ୍ୟରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧୀର କିନ୍ତୁ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିବା ପାଇଁ ପ୍ରସ୍ତୁତ ଥିବା କହିଥିଲେ । ବିଜେପିକୁ ନୁହେଁ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିବେ ବୋଲି ପୂର୍ବରୁ କହିଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+